ଓଡିଶା

odisha

ETV Bharat / city

କୋରୋନା କଟକଣା: ରାଜଧାନୀରେ ଫସିଲେ ଆନ୍ଧ୍ରପ୍ରଦେଶର 24 ତୀର୍ଥଯାତ୍ରୀ

ରାଜ୍ୟରେ କୋରୋନା କଟକଣା । ଆଜି ଠାରୁ ଆନ୍ତଃରାଜ୍ୟ ବସ ସେବା ବନ୍ଦ । ସେପଟେ, ଗମନାଗମନର କୌଣସି ସୁବିଧା ନଥିବାରୁ ରାଜଧାନୀରେ ଫସିରହିଲେ ଆନ୍ଧ୍ରରୁ ଆସିଥିବା 24 ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ...

lock down
କୋରୋନା କଟକଣା: ରାଜଧାନୀରେ 24 ତୀର୍ଥଯାତ୍ରୀ ଅଟକ

By

Published : Mar 23, 2020, 1:14 PM IST

ଭୁବନେଶ୍ବର: କୋରୋନା ଭୟରେ ଭୁବନେଶ୍ବରକୁ ସମ୍ପୂର୍ଣ୍ଣ ଲକ ଡାଉନ । ଜରୁରୀ ନଥିଲେ ବାହାରକୁ ବାହାରୁ ନାହାଁନ୍ତି ଲୋକେ । ଯାତ୍ରୀବାହୀ ଟ୍ରେନ ବାତିଲ, ଗାଡି ଚଳାଚଳ ବନ୍ଦ । ଆଜି ଠାରୁ ଆନ୍ତଃରାଜ୍ୟ ବସ ସେବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଫଳରେ ତୀର୍ଥଯାତ୍ରାରୁ ଫେରୁଥିବାବେଳେ ପ୍ରାୟ 20ରୁ 24 ତୀର୍ଥଯାତ୍ରୀ ରାଜଧାନୀରେ ଫସି ରହିଛନ୍ତି ।

କୋରୋନା କଟକଣା: ରାଜଧାନୀରେ 24 ତୀର୍ଥଯାତ୍ରୀ ଅଟକ

ଏହି ସମସ୍ତ ତୀର୍ଥ ଯାତ୍ରୀ ଆନ୍ଧ୍ରପ୍ରଦେଶରୁ ବାରଣାସୀକୁ ତୀର୍ଥ ପାଇଁ ଯାଇଥିଲେ । ଏହାପରେ ସେମାନେ କୋଲକାତାରୁ ଏକ ବସ ଯୋଗେ ଓଡିଶା ଆସିଥିଲେ । ଆଉ ଏଠାରୁ ଭାଇଜାଗ ଦେଇ ଫେରିଥାନ୍ତେ । ହେଲେ ଆଜି ଠାରୁ ଏଠାରେ ଆନ୍ତଃରାଜ୍ୟ ବସ କଟକଣା ଲଗାଯିବା ସହ ରେଳ ଚଳାଚଳ ବନ୍ଦ ରହିଛି । ତେବେ ସମସ୍ତେ ଜୟଦେବ ବିହାର ଛକରେ ରହିଛନ୍ତି । ତେବେ ତାଙ୍କ ରାଜ୍ୟକୁ ଫେରିବା ପାଇଁ ଇଟିଭି ଭାରତ ମାଧ୍ୟମରେ ଓଡିଶା ସରକାରଙ୍କ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଅନୁରୋଧ କରିଛନ୍ତି ଫସି ରହିଥିବା ଯାତ୍ରୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details