ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି ସ୍ଥାନୀୟ ସଂକ୍ରମଣ । ଏହି କ୍ରମରେ ଆଜି ଭୁବନେଶ୍ବରରୁ 305 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ଭୁବନେଶ୍ୱର ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 90 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା 215ରେ ପହଞ୍ଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।
ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ 90 ଜଣଙ୍କ ମଧ୍ୟରୁ 6 ଜଣ ୟୁନିଟ 6 ଅଞ୍ଚଳର ଥିବାବେଳେ 3 ଜଣ ଚକେଇସିଆଣି, 3 ଜଣ ଝାରପଡ଼ା, 2 ଜଣ କଳିଙ୍ଗନଗର, 2 ଜଣ ଖଣ୍ଡଗିରି, 2 ଜଣ ପାହାଳ, 2 ଜଣ ଓଲଡ଼ ଟାଉନ, 2 ଜଣ ନୀଳାଦ୍ରି ବିହାର, 2 ଜଣ ନୟାପଲ୍ଲୀ, 2 ଜଣ ନିୟୁ ଫରେଷ୍ଟ ପାର୍କ, 3 ଜଣ ଖାରବେଳ ନଗର, 2 ଜଣ ଲକ୍ଷ୍ମୀସାଗର, 3 ଜଣ ରସୁଲଗଡ, 3 ଜଣ ଘରୋଇ ହସ୍ପିଟାଲ କର୍ମଚାରୀ ଓ 3 ଜଣ ୟୁନିଟ 1 ଅଞ୍ଚଳର ବୋଲି ଜଣାପଡିଛି ।