ଓଡିଶା

odisha

ETV Bharat / city

ଆଜିଠୁ ଆରମ୍ଭ ହେଲା YouTube ପାଠପଢା; କଲରେ ଦୂର ହେବ ଦ୍ବନ୍ଦ୍ବ

ଆଜିଠୁ ୟୁଟ୍ୟୁବରେ ପାଠପଢା ଆରମ୍ଭ । ଲାଇଭ ଷ୍ଟ୍ରିମିଙ୍ଗରେ ପିଲାମାନେ କିପରି ପଢିବେ ସେ ନେଇ କେତେକ ପର୍ଯ୍ୟାୟକୁ ପାର କରିବାକୁ ପଡିବ । ଅଧିକ ପଢନ୍ତୁ...

ଲାଇଭ ଷ୍ଟ୍ରିମିଙ୍ଗରେ ପାଠପଢା
ଲାଇଭ ଷ୍ଟ୍ରିମିଙ୍ଗରେ ପାଠପଢା

By

Published : Jun 21, 2021, 12:07 PM IST

ଭୁବନେଶ୍ବର:ଆଜିଠାରୁ ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଙ୍ଗ ଜରିଆରେ ପାଠପଢିବେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଲାଇଭ ଷ୍ଟ୍ରିମିଙ୍ଗରେ କିପରି ପଢିବେ ସେନେଇ କେତେକ ପର୍ଯ୍ୟାୟକୁ ପାର କରିବାକୁ ପଡିବ ।

ପ୍ରଥମେ ଛାତ୍ରଛାତ୍ରୀମାନେ ସେମାନଙ୍କ ନିକଟକୁ ପଠାଯାଇଥିବା ୟୁଟ୍ୟୁବ କ୍ଳାସର ରୁଟିନ ଦେଖି କେଉଁ ଦିନ କେଉଁ ସମୟରେ କେଉଁ ବିଷୟ ପଢାଯିବ ସେ ଉପରେ ଧ୍ୟାନ ଦେବେ । ଏନେଇ ବିଷୟ ଭିତ୍ତିକ ଶିକ୍ଷକ/ଶିକ୍ଷୟତ୍ରୀମାନେ ରାଜ୍ୟ ଦ୍ଵାରା ପ୍ରେରିତ ରୁଟିନକୁ ପିଲାଙ୍କ ନିକଟକୁ ପଠାଇବେ । ଆଜି ହେବାକୁ ଥିବା ସମସ୍ତ ଶ୍ରେଣୀ କ୍ଲାସ ନିମନ୍ତେ ଅଲଗା ଅଲଗା ଲିଙ୍କ ଛାତ୍ର/ଛାତ୍ରୀଙ୍କ ମୋବାଇଲକୁ ବିଦ୍ୟାଳୟର ବିଷୟ ଭିତ୍ତିକ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦ୍ବାରା ପୂର୍ବ ଦିନ ବା ସେହି ଦିନ କ୍ଳାସ ଆରମ୍ଭର ଯଥେଷ୍ଟ ପୂର୍ବରୁ ପଠାଯିବ ।

ପିଲାମାନେ ଠିକ ସମୟରେ ତାଙ୍କ ଶ୍ରେଣୀର ୟୁଟ୍ୟୁବ ଚ୍ୟାନେଲ ଖୋଲି ଚାଲୁଥିବା ସିଧା ପ୍ରସାରଣରେ କ୍ଲାସ କରିପାରିବେ । କୌଣସି କାରଣରୁ ଠିକ୍ ସମୟରେ ସିଧା ପ୍ରସାରଣ ଦେଖି ନପାରି ଥିଲେ, ପରେ ମଧ୍ୟ ଯେ କୌଣସି ସମୟରେ ସେହି ୟୁଟ୍ୟୁବ ଚ୍ୟାନେଲ ଖୋଲି ପୂର୍ବରୁ ପଢାଯାଇଥିବା କ୍ଳାସ ଗୁଡିକର ଭିଡିଓ ଦେଖିପାରିବେ । ମୋବାଇଲରେ Live Class ଦେଖିବା ପାଇଁ ରୁଟିନର ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାଙ୍କ ପାଖକୁ ମେସେଜ ପଠାଯିବ । ଏହି ୟୁଟ୍ୟୁବ ଲାଇଭ କ୍ଳାସର ଲିଙ୍କ ଖୋଲିବା ପରେ ପିଲାମାନେ ସେହି ଦିନର ପାଠପଢା ବିଷୟରେ ଜାଣିପାରିବେ । କିଛି ସମସ୍ୟା ଉପୁଜିଲେ କଲ କରି ସମସ୍ୟାର ସମାଧାନ କରିପାରିବେ ଛାତ୍ରଛାତ୍ରୀ ।

ପିଲାଙ୍କୁ ପଠାଯାଇଥିଲା ଲିଙ୍କକୁ କ୍ଲିକ କଲେ କ୍ଲାସର ତାରିଖ,ସମୟ, ବିଷୟ ଓ ଅଧ୍ୟାୟ ଇତ୍ୟାଦି ସୂଚନା ପିଲାମାନେ ପାଇ ପାରିବେ । ଏହା ଛଡା ନିର୍ଦ୍ଧାରିତ ସମୟରେ ମୋବାଇଲ, ଲାପଟପ, ଡେସ୍କଟପରେ ୟୁଟ୍ୟୁବ ସର୍ଚ୍ଚ ସ୍ଥାନରେ ନିଜ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ୟୁଟ୍ୟୁବ ଚ୍ୟାନେଲ ଯଥା CLASS 1_OSEPA କିମ୍ବା CLASS2OSEPA ସର୍ଚ୍ଚ କଲେ ସମ୍ପୃକ୍ତ ଶ୍ରେଣୀର ୟୁଟ୍ୟୁବ ଚ୍ୟାନେଲ ଖୋଲିବ ଓ ସେଥିରେ Live Class କରିପାରିବେ ଛାତ୍ରଛାତ୍ରୀ । ଏହା ଛଡା ପୂ୍ର୍ବରୁ କ୍ଲାସ ବିଷୟରେ ଜାଣିବା ପାଇଁ ୟୁଟ୍ୟୁବ ଚ୍ୟାନେଲ ଖୋଲି ପାଠ ବିଷୟରେ ଜାଣିପାରିବେ ବୋଲି କହିଛନ୍ତି ଭୁବନେଶ୍ବର ବିଏମ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details