ଭୁବନେଶ୍ବର: ଆଜିଠୁ ପୁଣି ଆରମ୍ଭ ହୋଇଛି ୟୁଟ୍ୟୁବରେ ପଠାପଢା । ୟୁଟ୍ୟୁବ ଲାଇଭ ଷ୍ଟ୍ରିମ ଜରିଆରେ ପୁଣି ପାଠପଢିବେ ଛାତ୍ରଛାତ୍ରୀ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଚାଲିବ ପାଠପଢା । ଶ୍ରେଶୀ ଅନୁଯାୟୀ ହ୍ବାର୍ଟଅପ ଗ୍ରୁପ ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୧ ଯାଏଁ ପାଠପଢା ଯିବ ।
ପ୍ରତି ୟୁଟ୍ୟୁବ ଲାଇଭ୍ ଷ୍ଟ୍ରିମିଂ କ୍ଲାସର ଲିଙ୍କ୍ ପୂର୍ବ ଦିନ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ । ଏହି ଲିଙ୍କ ହ୍ବାଟସପ୍ ଗ୍ରୁପ୍ ମାଧ୍ୟମରେ ସେୟାର କରାଯିବ । ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ପାଇଁ ପୂର୍ବରୁ ସ୍ଥିର ହୋଇଥିବା 15 ଟି ଜିଲ୍ଲା ନିଜ ନିଜ ଦାୟିତ୍ବ ତୁଲାଇବେ । କେଉଁ ଭଳି ଭାବେ ପଢ଼ାଇବେ ତାହା ନେଇ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ରହିବେ ।
ତଥ୍ୟ ଅନୁଯାୟୀ, ରାଜ୍ୟରେ 15ଟି ଜିଲ୍ଲା ୟୁଟ୍ୟୁବ କ୍ଳାସର ଦାୟିତ୍ବ ତୁଲାଇବେ । ଓଡ଼ିଆ ବିଷୟ କେନ୍ଦ୍ରାପଡା, ସୋନପୁର, ଗଞ୍ଜାମ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲା ଦାୟିତ୍ବରେ ରହିଛି । ଗଣିତ ବିଷୟରେ ନୟାଗଡ, ସମ୍ବଲପୁର, କଳାହାଣ୍ଡି ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି । ଇଂରାଜୀ ବିଷୟରେ କୋରାପୁଟ ଗଞ୍ଜାମ ପୁରୀ ଢେଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଦାୟିତ୍ବ ଦିଆଯାଇଛି।