ଭୁବନେଶ୍ବର: ରାଜଧାନୀ ବଜାରରୁ ଲିଚୁ ଗାଏବ । ବିହାର ପ୍ରଭାବରେ ଭୁବନେଶ୍ବରରେ ଭୟ । ବିହାରରେ ସଂକ୍ରମିତ ଲିଚୁ ଫଳ ଖାଇବ ଦ୍ଵାରା ଆକ୍ୟୁଟ ଏନ୍ ସେଫାଲାଇଟିସ୍ ତଥା ଚମକି ଜ୍ବରରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ଭୁବନେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଚମକି ଜ୍ବରରେ ବିହାରରେ ଶିଶୁ ମାନଙ୍କର ଜୀବନ ଚାଲିଯାଉଥିବାରୁ ଭୁବନେଶ୍ବରର ବଜାରରୁ ଲିଚୁ ଗାଏବ ହୋଇଯାଇଛି । କୋଲକାତା ଓ ବିହାରରୁ ଆସୁଥିବା ଲିଚୁକୁ ନେଇ ରାଜ୍ୟ ସରକାରଙ୍କର ଚେତା ପଶିଛି । ବଜାରରେ ବିକ୍ରି ହେଉଥିବା ଲିଚୁରେ ରାସାୟନିକ ପଦାର୍ଥ ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯିବ ବୋଲି ରାଜ୍ୟ ସରକାରଙ୍କ ପାଖରୁ ସୂଚନା ମିଳିଛି ।