ଭୁବନେଶ୍ବର: ଏଣିକି କାଉଣ୍ଟରରେ ମିଳିବ ମଦ । ପୂର୍ବରୁ କେବଳ ଅନଲାଇନ ମଦବିକ୍ରି ପାଇଁ ଅନୁମତି ଥିବାବେଳେ, ଏବେ କାଉଣ୍ଟରରେ ଅଫଲାଇନ୍ ବ୍ରିକିକୁ ମିଳିଛି ଅନୁମତି । ଉଭୟ ଅଫ ସପ୍ ଓ ଅନ୍ ସପରେ ମିଳିବ ମଦ।
ଏଣିକି କାଉଣ୍ଟରରେ ମଦ ବିକ୍ରି, ମାସ୍କ ନଥିଲେ ମିଳିବନି କାଉଣ୍ଟରରେ ମଦ କିଣିବାକୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ଏଥିସହିତ ଭିଡ ନିୟନ୍ତ୍ରଣ ପାଇଁ କାଉଣ୍ଟର ଗୁଡିକ ଯତ୍ନବାନ ହେବେ ବୋଲି କୁହାଯାଇଛି ।
ତେବେ ପୂର୍ବପରି ଅନଲାଇନରେ ହୋମ ଡେଲିଭରୀ ଜାରି ରହିବ । ବିଦେଶୀ ମଦ ସହ ଦେଶୀ ଓ ରନ୍ଧା ମଦ ମଧ୍ୟ ମିଳୁଛି। ଅର୍ଥାତ ଦେଶି ମଦ କିମ୍ବା ରନ୍ଧା ମଦ ପାଇଁ ଏକ ସ୍ବତନ୍ତ୍ର ନମ୍ବର ଜରିଆରେ ଅର୍ଡର କରିହେବ ।
ଏଥିପାଇଁ ୧୦ ରୁ୫୦ଟଙ୍କା ପର୍ଯନ୍ତ ଲାଗୁ ହେବ ଡେଲିଭରି ଚାର୍ଜ । ତେବେ କେବଳ ମଦ ଦୋକାନ ଖୋଲିବାକୁ ମିଳିଛି । ରେଷ୍ଟୁରାଣ୍ଟ କିମ୍ବା ଡ୍ୟାନସ୍ ବାର୍ ଖୋଲିବାକୁ ଅନୁମତି ମିଳିନାହିଁ।