ଓଡିଶା

odisha

ETV Bharat / city

ମଙ୍ଗଳବାରଠାରୁ ଅନଲାଇନରେ ମିଳିବ ମଦ

ଦୀର୍ଘ 2 ମାସ ପରେ ଖୋଲିଲା ମଦ ଦୋକାନ । ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, 29ଟି ଅବକାରୀ ଜିଲ୍ଲାରେ ହୋମ ଡେଲିଭରି ମଦ ସେବା ଆରମ୍ଭ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : May 26, 2020, 12:41 AM IST

ମଙ୍ଗଳବାରଠାରୁ ଅନଲାଇନରେ ମିଳିବ ମଦ
ମଙ୍ଗଳବାରଠାରୁ ଅନଲାଇନରେ ମିଳିବ ମଦ

ଭୁବନେଶ୍ବର: ଦୀର୍ଘ 2 ମାସ ପରେ ଖୋଲିଲା ମଦ ଦୋକାନ । ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, 29ଟି ଅବକାରୀ ଜିଲ୍ଲାରେ ହୋମ ଡେଲିଭରି ମଦ ସେବା ଆରମ୍ଭ ହୋଇଛି । ମୋଟ 672ଟି ମଦ ଦୋକାନୀ ଏଥିରେ ସାମିଲ ହୋଇଛନ୍ତି ।

ପ୍ରଥମ ଦିନରେ ସେମାନେ 8420 ଅର୍ଡର ଦେଇଛନ୍ତି । ମୋଟ 9440 ଲିଟର ବିଦେଶୀ ମଦ ପ୍ରଥମ ଦିନରେ ବିକ୍ରି ହୋଇଥିବା ବେଳେ 10, 689 ଲିଟର ବିୟର ବିକ୍ରି ହୋଇଛି । ସର୍ବାଧିକ କଟକରେ ବିକ୍ରି ହୋଇଥିବା ବେଳେ ଏହା ପଛକୁ ଖୋର୍ଦ୍ଧା ଓ ସୁନ୍ଦରଗଡ ରହିଛି । ସେହିପରି ସ୍ବିଗି ଓ ଜମାଟୋ ଏନଓସି ପାଇଥିବା ବେଳେ ଖୁଚୁରା ବିକ୍ରେତାଙ୍କ ସହିତ ସେମାନେ ଅନୁବନ୍ଧିତ ହୋଇଛନ୍ତି । ମଙ୍ଗଳବାରଠାରୁ ସେମାନେ ଅନଲାଇନରେ ଯୋଗାଇ ଦେବେ ମଦ ।

ଭୁବନେଶ୍ବରରୁ ଜ୍ଞାନଦର୍ଶ ସାହୁ, ଇଟିଭି ଭାରତ

ABOUT THE AUTHOR

...view details