ଓଡିଶା

odisha

ETV Bharat / city

ଚୋରା ମଦ ଜବତ ବେଳେ ପୋଲିସକୁ ମାଡ, ଗ୍ରାମବାସୀଙ୍କ ରାସ୍ତାରୋକ - ଖୋର୍ଦ୍ଧାରେ ଚୋରା ମଦ ଜବତ ବେଳେ ପୋଲିସକୁ ମାଡ

ଚୋରା ମଦ ଜବତ କରିବା ପାଇଁ ଯାଇଥିବା ହେଲେ ବାଲିପାଟଣା ପୋଲିସକୁ ମାଡ । ମାଡ ମାରି ମଦ ଛଡାଇନେଲେ ବ୍ୟବସାୟୀ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରଦା ବଜାରରେ । ଅଧିକ ପଢନ୍ତୁ

ଚୋରା ମଦ ଜବତ ବେଳେ ପୋଲିସକୁ ମାଡ, ଗ୍ରାମବାସୀଙ୍କ ରାସ୍ତାରୋକ
ଚୋରା ମଦ ଜବତ ବେଳେ ପୋଲିସକୁ ମାଡ, ଗ୍ରାମବାସୀଙ୍କ ରାସ୍ତାରୋକ

By

Published : May 16, 2022, 12:37 PM IST

ବାଲିପାଟଣା:ଚୋରା ମଦ ଜବତ କରିବା ପାଇଁ ଯାଇଥିବା ହେଲେ ହଟହଟା ବାଲିପାଟଣା ପୋଲିସ । ମଦ ଜବତ ବେଳେ ପୋଲିସ ଚୋରା ବେପାରୀ ମୁହାଁ ମୁହିଁ । ଶେଷରେ ମାଡ ମାରି ମଦ ଛଡାଇନେଲେ ବେପାରୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଘଟଣା ଘଟିଛି । ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ନିମାପଡ଼ା - ଅଠାନ୍ତର ରାସ୍ତାର ନରଦା ଛକରେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଚୋରା ମଦ ଜବତ ବେଳେ ପୋଲିସକୁ ମାଡ, ଗ୍ରାମବାସୀଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ ଗତକାଲି ରାତିରେ ନରଦା ବଜାରରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚିଥିଲା । ମଦ ଜବତ ସମୟରେ ପୋଲିସକୁ ବିରୋଧ କରିବା ସହ ମାଡ ମାରିଥିଲେ ମଦ ବେପାରୀ । ଏହାପରେ ପୋଲିସଠାରୁ ମଦ ଛଡାଇନେଇଥିବା କହିଛନ୍ତି ଥାନା ଆଇଆଇସି । ସହ ମାଡ ମରାଯାଇଥିବା ଭିଡିଓରୁ ଜଣାପଡିଛି । ସେପଟେ ମଦ ଜବତକୁ ବିରୋଧ କରି ଆଜି ସକାଳୁ ଚୋରା ମଦ ବେପାରୀ ଓ କିଛି ସ୍ଥାନୀୟ ଲୋକେ ନିମାପଡ଼ା- ଅଠାନ୍ତର ରାସ୍ତାର ନରଦା ଛକ ଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଏ ସମ୍ପର୍କରେ ଫୋନ ଯୋଗେ ବାଲିପାଟଣା ଥାନା ଆଇଆଇସିଙ୍କ ସହ ଯୋଗାଯୋଗ କରିବାରୁ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details