ଭୁବନେଶ୍ବର:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ପରେ ତିନି ଏସିଆଟିକ ଲାୟନ (asiatic lion) ଛୁଆ ସିଂହ ଜନ୍ମ ନେଇଛନ୍ତି । ବିଜଲି ସିଂହୀ ସମ୍ରାଟ ଦ୍ବାରା 3ଟି ଶାବକ ଜନ୍ମ ହୋଇଛନ୍ତି । ହେଲେ ଜଣଙ୍କ ମୃତ୍ୟୁ ଘଟିଛି ।
3 ଶାବକଙ୍କ ମଧ୍ୟରୁ ୨ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅନ୍ୟ ଶାବକର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ବିଜଲି ସିଂହୀ ପ୍ରଥମ ଥର ପାଇଁ ଶାବକଙ୍କୁ ଜନ୍ମ ଦେଇଛି ।
୨୦୦୪ ମସିହାରୁ ଭାରତୀୟ ସିଂହ ପ୍ରଜନନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ କର୍ତ୍ତୃପକ୍ଷ । କମଳା ନେହେରୁ ଜୁ ଇନ୍ଦୋରରୁ ଆସିଥିବା ସିଂହି ବିଜଲି ସହ ବିଳାସ ପୁରରୁ ଆସିଥିବା ସମ୍ରାଟ ସହିତ ଗତ ଏପ୍ରିଲ ମାସରେ ମିଳନ କରାଇଥିଲେ । ବିଜଲି ଗର୍ଭବତୀ ହେବାପରେ ତାକୁ ସିଂହ ସଫାରୀ ଫିଡିଂ ଚ।ମ୍ବର୍ରେ ରଖାଯାଇଥିଲା । ସିସିଟିଭି ମାଧ୍ୟମରେ ବିଜଲର ଗତିବିଧି ଅନୁଧ୍ୟାନ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।