ଓଡିଶା

odisha

ETV Bharat / city

ବାଂଲାଦେଶରେ ATM ଲୁଟ୍‌ ଟଙ୍କା: କେତେ ସତ ? କାହିଁକି ଚୁପ୍‌ ପୋଲିସ

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ଲୁଟ ଘଟଣା । କମିସନରେଟ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ଅଧିକ ପଢନ୍ତୁ

By

Published : Apr 23, 2022, 8:39 AM IST

Updated : Apr 23, 2022, 9:10 AM IST

ଲିଙ୍ଗିପୁର ଏଟିଏମ ଲୁଟ ଘଟଣା: ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
ଲିଙ୍ଗିପୁର ଏଟିଏମ ଲୁଟ ଘଟଣା: ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ରହସ୍ୟ ଘେରରେ ଲିଙ୍ଗିପୁର ଏସବିଆଇ ଏଟିଏମ ଲୁଟ ଘଟଣା । କମିସନରେଟ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ । ଘଟଣାରେ ଲୁଟ ହୋଇଥିବା ଟଙ୍କା ଏଯାଏଁ ମିଳିନଥିବା ବେଳେ ୨୩ଲକ୍ଷ ଟଙ୍କା ବାଂଲାଦେଶ ପଠାଯିବା ଘଟଣାକୁ ସହଜରେ ହଜମ କରିପାରୁନାହାନ୍ତି ଵରିଷ୍ଠ ଆଇନଜୀବୀ । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।

ଯାହାକୁ ନେଇ ଇଣ୍ଟରନାସନାଲ ଗ୍ୟାଙ୍ଗ ପାଇଁ ମିଶନ ଇମ୍ପୋସିବଲର କାହାଣି ଓ ଏଥିପାଇ ଇଣ୍ଟରପୋଲ ସହାୟତା ନେବା ଭଳି ଘଟଣାର କାହାଣୀ ତିଆରି କରିବା ଏଵେ କମିସନରେଟ ପୋଲିସ ସ୍ବଚ୍ଛ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଠିଆ କରିଛି । କେବଳ ଏଇ ଘଟଣାରେ ଏପରି କାହାଣୀ ରଚାଯାଇଛି ନା ଏଭଳି ଗିରଫ କରୁଥିବା ଅଭିଯୁକ୍ତଙ୍କୁ ମିଛ କାହାଣୀ ତିଆରି କରି ଫସାଇଦିଆଯାଉଛି, ଯାହା ଏବେ ଓଡିଶା ପୋଲିସର ସ୍ବତନ୍ତ୍ର ପୋଲିସ କମିସନରେଟ ପୋଲିସକୁ ନେଇ ପ୍ରଶ୍ନ ଉଠିଛି ।

ଲିଙ୍ଗିପୁର ଏଟିଏମ ଲୁଟ ଘଟଣା: ପୋଲିସର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ପୂର୍ବରୁ କମିସନରେଟ ପୋଲିସ ଫେକ ଷ୍ଟୋରି କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଏୟାରପୋର୍ଟ ଥାନାରେ ସମାଜ ସେବୀ ମମତା ସାମନ୍ତରାୟଙ୍କ ନାରେ ଫଲ୍ସ କେସରେ ଦାଖଲ ହୋଇଥିବା ଚାର୍ଜସିଟ କରିବା ଘଟଣା ମଧ୍ୟ ଅଡୁଆ ସୃଷ୍ଟି କରିଥିଲା । ସେହି ଘଟଣାରେ କମିସନରେଟ ପୋଲିସ ନିରିହ ଲୋକଙ୍କୁ ଫସାଉଛି ବୋଲି ପ୍ରେସମିଟ ଜରିଆରେ ଅଭିଯୋଗ ଆଣିଥିଲେ ସୂଚନା ଅଧିକାର‌କର୍ମୀ ଜୟନ୍ତ ଦାସ । ସେହିଭଳି ପୂର୍ବରୁ କ୍ୟାପିଟାଲ ଥାନାରେ ଥିବା ଜଣେ ତତ୍କାଳୀନ ସବ ଇନସ୍ପେକ୍ଟରଙ୍କ ଏକ ଅଡିଓ ଭାଇରାଲ ଘଟଣା ସାମ୍ନାକୁ ଆସିଥିଲା । ସେତେବେଳେ କିପରି ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଲୁହାରଡ ଓ ମାରଣାସ୍ତ୍ର ଯୋଗାଡ କରିଥିଲା ପୋଲିସ । ଏବେ ତମାମ ଘଟଣା ଧିରେ ଧିରେ ଧିରେ ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ଏୟାରପୋର୍ଟ ଥାନା ଅଞ୍ଚଳରେ ଏକ ହୋଟେଲରେ କୋଟିଏ ଟଙ୍କା କାରବାରରେ ପୋଲିସ କର୍ମଚାରୀ ସମ୍ପୃକ୍ତ ହେବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ତଦନ୍ତ ଆଳରେ ନିଜ କେସକୁ ନିଜେ ଚାପିଦେଇ ବସିପଡିଲେ ସିନିୟର ଅଧିକାରି । ଏବେ ଏଭଳି ଅଭିଜ୍ଞତା ନଥିବା ଅଧିକାରୀଙ୍କ ପାଇ ଲୋୟର ପିଏମଜିରେ ଆଇନଶୃଙ୍ଖଳା ଭଳି ପରିସ୍ଥିତିଠୁ ଆରମ୍ଭ କରି ସହରର ଅପରାଧିକ ସ୍ଥିତି ସମ୍ଭାଳିବାରେ ଏବେ ବିଫଳ ମାରିଛନ୍ତି ପୋଲିସ ଅଧିକାରୀ । ଗଣମାଧ୍ୟମରେ ଘଟଣା ସାମ଼ନାକୁ ଆସିଥିବା ବେଳ କାହିଁକି ଏଭଳି ବଦନାମ ଅଫିସରଙ୍କୁ କମିସନରେଟ ପୋଲିସର ବିଭାଗର ସିପି,ଡିସିପି,ଏସିପି ଭଳି ଦାୟିତ୍ବରେ ରଖାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ ଡିଜି ଏନେଇ ଗୃହ ବିଭାଗକୁ ଚିଠି ଲେଖିବେକି, ଯାହାଏବେ ସହରବାସୀ ସହରର ଦାୟିତ୍ବବାନ ଅଧିକାରୀଙ୍କ ହାତରେ ଦେଖିବାକୁ ଚାହୁଛନ୍ତି।

ଏହା ମଧ୍ୟ ପଢନ୍ତୁ: LINGIPUR ATM LOOT: ଇଣ୍ଟରପୋଲର ସହାୟତା ଲୋଡିଲା ପୋଲିସ

ସୂଚନାଅନୁସାରେ, ଗତ ଏପ୍ରିଲ ୪ ତାରିଖ ରାତିରେ ଧଉଳି ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ ଏହି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଏଟିଏମ ମେସିନ‌ ସହ ସିସିଟିଭି ତାଡିଥିଲେ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଚିତ୍ର ସ୍ପଷ୍ଟ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 23, 2022, 9:10 AM IST

ABOUT THE AUTHOR

...view details