ଭୁବନେଶ୍ବର:ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା ୨ଜଣିଆ ବାଂଲାଦେଶୀ ଅଭିଯୁକ୍ତ ଆଜି(ରବିବାର) ଲୁଟପାଟର ଡେମୋ ଦେଖାଇଛନ୍ତି । ଏଟିଏମ ମେସିନକୁ ତାଡିବାର କୌଶଳ ସହିତ ଏହାକୁ ଭାଙ୍ଗିବା ପର୍ଯ୍ୟନ୍ତ ଏହାର ଡେମୋ ଦେଖାଇଛନ୍ତି । ଏହା ସହ ଚାରି ଚକିଆ ଗାଡ଼ିରେ ଚୋରି କରି ସେଇ ଗାଡିରେ ଏଟିଏମ୍ ମେସିନ ନେବା ଘଟଣା ସମ୍ପର୍କରେ ମଧ୍ୟ ଡେମୋ ଦେଖାଇଛି ଅଭିଯୁକ୍ତ ।
ଏପଟେ ଏହି ଲୁଟ ଘଟଣା ପରେ କମିଶନରେଟ ପୋଲିସ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାପଡିଛି । ଏଥିସହ ଲୁଟ ହୋଇଥିବା ଟଙ୍କା ବାଙ୍ଗଲାଦେଶ ଯାଉଥିଲା ବୋଲି ପୋଲିସ କହିଛି । ତେବେ ଲୁଟ ହୋଇଥିବା ୨୩ ଲକ୍ଷ ଟଙ୍କାର ହ୍ୟୁମାନ କୋରିୟର ଜରିଆରେ ବାଙ୍ଗଲାଦେଶ ପଠାଯାଇ ଥିବା ସୂଚନା ଦେଇଥିଲେ ପୋଲିସ କମିଶନର ।
କେବଳ ଏଘଟଣା ନୁହେଁ ସମାନ ତରିକାରେ ଦିଲ୍ଲୀରୁ ମଧ୍ୟ ଲୁଟ ହୋଇଥିବା ଟଙ୍କାକୁ ମଧ୍ୟ ଏହିପରି ସମାନ ଢଙ୍ଗରେ ଟଙ୍କାର ପତ୍ତା ମିଳି ନଥିଲା । ତେବେ ପୋଲିସ ସୁଚନା ମୁତାବକ କେବଳ ଏମାନେ ଭାରତରେ ଲୁଟୁ କରି ନାହାନ୍ତି ବରଂ ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର, ଭୁଟାନ, ନେପାଳରୁ ମଧ୍ୟ ଲୁଟ କରୁଥିଲେ । ହେଲେ ସମାନ ତରିକାରେ ଲୁଟ ଟଙ୍କାକୁ ଜଣେ ଦଲାଲ ଜରିଆରେ ବାଙ୍ଗଲାଦେଶକୁ ପଠା ଯାଉଥିଲା ବୋଲି ପୋଲିସ କହିଛି ।