ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୋଷଘରେ ପଶିଲେ ଅଣ ସେବାୟତ(Non Servitor Intrudes Into Kitchen Of Lingaraj Temple) । ଅଣ ସେବାୟତ ଜଣକ ଲିଙ୍ଗରାଜଙ୍କ ଠାରେ ଲାଗି ହେବାକୁ ଥିବା ଅମୁଣିଆ ଭୋଗ ଖାଇ ମାରା କରି ଦେଇଥିଲେ । ପରେ ଧୋକାଳ ହୋଇ ଭୋଗ ପୁନଃ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିଲା । ଏହି କାରଣରୁ ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବେଶରେ ନୀତି ବିଳମ୍ବ ହୋଇଥିଲା ।
ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶିଲେ ଅଣ ସେବାୟତ
ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶିଲେ ଅଣ ସେବାୟତ । ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବେଶରେ ନୀତି ବିଳମ୍ବ । ଅଧିକ ପଢନ୍ତୁ
ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶିଲେ ଅଣ ସେବାୟତ
ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଅଣ ସେବାୟତ ଜଣକ ସେବାୟତଙ୍କ ଦୃଷ୍ଟି ଆଢୁଆଳରେ ମନ୍ଦିର ରୋଷଘରେ ମଧ୍ୟରେ ପ୍ରବେଶ କରିଥିଲେ । ଏ ସମ୍ପର୍କରେ ମନ୍ଦିର ସୁପର ଭାଇଜର ମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହାପରେ ସେହି ଅଣ ସେବାୟତଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି । କାହିଁକି ସେ ରୋଷଘରେ ପଶିଥିଲେ ସେନେଇ ପୋଲିସ ପଚରାଉଚରା କରିଛି ।
ଇଟିଭି ଭାରତ, ଭୁବନେଶ୍ବର