ଓଡିଶା

odisha

ETV Bharat / city

ପୁରୀ ପରେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ହଟିବ ଜବରଦଖଲ ! - ଲିଙ୍ଗରାଜ ମନ୍ଦିର ଉଚ୍ଛେଦ

ପୁରୀ ଜଗନ୍ନାଥ ମନ୍ଦିର ଭଳି ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆବଶ୍ୟକ। ଏନେଇ ସମ୍ପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଅଧିକ ଖବର ପଢନ୍ତୁ...

ashok panda on lingaraj
ଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଆସିବ ସ୍ଵତନ୍ତ୍ର ଆଇନ:ଅଶୋକ ପଣ୍ଡା

By

Published : Dec 6, 2019, 5:32 PM IST

ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ହଟିବ ଜବରଦଖଲ । ଏନେଇ ଖୁବଶୀଘ୍ର ସ୍ବତନ୍ତ୍ର ଆଇନ ଆସିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେବେ ମନ୍ଦିରମାଳିନୀ ସହର ଭୁବନେଶ୍ବରର ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯିଵ ।

ଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଆସିବ ସ୍ଵତନ୍ତ୍ର ଆଇନ:ଅଶୋକ ପଣ୍ଡା

ପୁରୀ ଜଗନ୍ନାଥ ମନ୍ଦିର ଭଳି ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆବଶ୍ୟକ । ଏନେଇ ସମ୍ପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଖୁବଶୀଘ୍ର ଏନେଇ ପ୍ୟାକେଜ ଘୋଷଣା କରିବେ ରାଜ୍ୟ ମୁଖିଆ । ସେବାୟତଙ୍କ ସ୍ଵାର୍ଥ ସହ ରୀତିନୀତି ପ୍ରତି ସମ୍ପୂର୍ଣ୍ଣ ଗୁରୁତ୍ବ ଦିଆଯିବ। ମନ୍ଦିରକୁ ବିଶ୍ଵ ପ୍ରସିଦ୍ଧ ଓ ଯାତ୍ରୀଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ଆଇନ ଆଣିବା ପାଇଁ ଆଇନ ମନ୍ତ୍ରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ବିଷୟରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ABOUT THE AUTHOR

...view details