ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଡ୍ରାଫ୍ଟ ବାଇ-ଲ ପ୍ରତ୍ୟାହାର ଦାବିରେ ତେଜିଲା ସ୍ୱର । ବୁଧବାର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ସେନା ପକ୍ଷରୁ ଡ୍ରାଫ୍ଟ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଭୁବନେଶ୍ୱର ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପୁରୀ ଶ୍ରୀମନ୍ଦିରରେ ଯେଉଁଭଳି ଭାବରେ ବାଇ-ଲ ପ୍ରତ୍ୟାହାର କରାଗଲା ଠିକ ସହିପରି ଲିଙ୍ଗରାଜ ମନ୍ଦିର କ୍ଷେତ୍ରରେ ମଧ୍ୟ ଦାବି ହୋଇଛି । ଲିଙ୍ଗରାଜ ମନ୍ଦିରରେ ଏଭଳି ନିୟମ ଲାଗୁ ହେଲେ ମନ୍ଦିର ଚତୁର୍ପାର୍ଶ୍ୱରେ ସେବାୟତ ମାନଙ୍କ ବହୁ ବାସଗୃହ ନଷ୍ଟ ହେବ ଏବଂ ସେମାନଙ୍କ ପରିବାର ପ୍ରଭାବିତ ହେବେ ।
ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇକୁ ସ୍ମାରକପତ୍ର ପ୍ରଦାନ - ବାଇ-ଲ
ଲିଙ୍ଗରାଜ ମନ୍ଦିର ଡ୍ରାଫ୍ଟ ବାଇ-ଲ ପ୍ରତ୍ୟାହାର ଦାବିରେ ତେଜିଲା ସ୍ୱର । ବୁଧବାର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ସେନା ପକ୍ଷରୁ ଡ୍ରାଫ୍ଟ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ଭୁବନେଶ୍ୱର ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ତେଣୁ, ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ । ସେପଟେ ଏଏସଆଇ ଭୁବନେଶ୍ୱର ସ୍ଥିତ ଅଧିକ୍ଷଣ ପୁରାତତ୍ତ୍ୱବିତ ପ୍ରଭାରୀ ଅରୁଣ ମଲ୍ଲିକଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ସାରା ଦେଶରେ ଯେତେ ଐତିହାସିକ ସ୍ମାରକ ଅଛି ସରକାର ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉଛନ୍ତି । ଲିଙ୍ଗରାଜ ମନ୍ଦିରର ଯଦି କୌଣସି ବାଇ-ଲ ଅଛି ତେବେ ତାକୁ ଦେଖାଯିବାର ଆବଶ୍ୟକତା ରହିଛି । ହେଲେ ଲିଙ୍ଗରାଜ ମନ୍ଦିରର ସେମିତି କୌଣସି ବାଇ-ଲ ନାହିଁ ବୋଲି ଲିଙ୍ଗରାଜ ସେନା ଓଲଟା ପ୍ରଶ୍ନ କରିଛନ୍ତି । ୧୯୫୮ ମସିହା ଆଇନ ଆଧାରରେ ସବୁ କରାଯାଉଛି । ତେବେ ଆଜି ସେବାୟତଙ୍କ ପକ୍ଷରୁ ମିଳିଥିବା ସ୍ମାରକପତ୍ର ଏନଏମଏ ଅଧିକାରୀଙ୍କୁ ପ୍ରଦାନ କରାଯିବ ।
ତେବେ ଆଜି ଶତାଧିକ ସେବାୟତ ନିଯୋଗ, ଏକାମ୍ର କ୍ଷେତ୍ର ବରିଷ୍ଠ ନାଗରିକ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକ ରାଲିରେ ଯାଇ ଏଏସଆଇ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିରେ ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ ।
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ