ଓଡିଶା

odisha

ETV Bharat / city

ଲିଙ୍ଗରାଜଙ୍କ ନୀତି ବିଭ୍ରାଟ: ୩ ନିଯୋଗକୁ କାରଣ ଦର୍ଶାଅ ନୋଟିସ

ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ । ଦୀର୍ଘ 36 ଘଣ୍ଟା ପରେ ଦାନ୍ତ ଘଷିଲେ ମହାପ୍ରଭୁ ଲିଙ୍ଗରାଜ। ପୂଜା ବିଧି ଓ ନୀତିକାନ୍ତି ପାଇଁ ଗଠନ ହୋଇଛି ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟ ବୋର୍ଡ ।

By

Published : Sep 4, 2019, 5:33 PM IST

Updated : Sep 4, 2019, 9:36 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦୀର୍ଘ 36 ଘଣ୍ଟା ପରେ ଦାନ୍ତ ଘଷିଲେ ଲିଙ୍ଗରାଜ ମହାପ୍ରଭୁ । ମନ୍ଦିରରେ ଆଳତୀ ଏବଂ ଅବକାଶ ପୂଜାବିଧି ଆରମ୍ଭ ହୋଇଛି। ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ବନ୍ଦ ହେବା ନେଇ ଦେବୋତ୍ତର କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିବା ବୈଠକ ଶେଷ ହେବା ପରେ, ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିବା ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଜଣାଇଛନ୍ତି।

ପୂଜାବିଧି ଓ ନୀତିକାନ୍ତି ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ଟ୍ରଷ୍ଟ ବୋର୍ଡର ଗଠନ କରାଯାଇଛି। ତିନି ଜଣିଆ ସଦସ୍ୟଙ୍କୁ ନେଇ ଏହି ବୋର୍ଡ ଗଠିତ ହୋଇଛି। ଏସିପି ଜୋନ 1, ଆଡଭୋକେଟ ମାନସ ମହାପାତ୍ର ଓ ଖୋର୍ଦ୍ଧା ଏଡିଏମଙ୍କୁ ନେଇ ଏହି ବୋର୍ଡର ଗଠିତ ହୋଇଥିବା ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ବୈଠକ ପରେ ଭୁବନେଶ୍ବନର ତହସିଲ ନୂଆଗାଁ ମୌଜାର ବିବାଦୀୟ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି। ଏହାର ତତ୍ତ୍ବାବଧାନ ପାଇଁ ଧଉଳି ଥାନା ଆଇଆଇସି, ପୋଲିସ କମିଶନର ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ବିବାଦୀୟ ଜମି ଉପରେ କୋଠା ନିର୍ମାଣ କରୁଥିବାରୁ ବଡୁ ନିଯୋଗକୁ ମଧ୍ୟ ନୋଟିସ ଜାରି କରାଯାଇଥିବା ବେଳେ ଆବଶ୍ୟକ ଦସ୍ତାବିଜ ସହ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପକ୍ଷରେ ଠାକୁରଙ୍କ ନୀତି ବନ୍ଦ ରଖିଥିବା ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ସମ୍ପାଦକଙ୍କୁ ୩୨ ଧାରା ଅନୁସାରେ ନୋଟିସ ଜାରି କରାଯାଇଛି। ଏହା ସହ ଦେବୋତ୍ତର ବିଭାଗର ଅତିରିକ୍ତ କମିଶନରଙ୍କୁ ଏ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 4, 2019, 9:36 PM IST

ABOUT THE AUTHOR

...view details