ଓଡିଶା

odisha

ETV Bharat / city

ଲିଙ୍ଗରାଜ ଜମି ବିବାଦ ପ୍ରସଙ୍ଗ: ମୁହଁ ଖୋଲିଲା ବିଜେଡି - ଲିଙ୍ଗରାଜ ଜମି ବିବାଦ ପ୍ରସଙ୍ଗ

ଲିଙ୍ଗରାଜ ଜମି ଜାଲିଆତି ଘଟଣାରେ ବିଜେପିର ପ୍ରତିବାଦକୁ ନେଇ ବରିଷ୍ଠ ବିଜେଡି ବିଧାୟକ ତଥା ବିଜେଡିର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଦଳର ମନ୍ତବ୍ୟ ରଖିଛନ୍ତି । ଅଧିକ ପଢନ୍ତୁ

Devi Mishara
Devi Mishara

By

Published : Jan 31, 2022, 9:35 PM IST

ଭୁବନେଶ୍ବର: ଲିଙ୍ଗରାଜ ଜମି ଜାଲିଆତି ଘଟଣାରେ ବିଜେପିର ପ୍ରତିବାଦକୁ ନେଇ ବରିଷ୍ଠ ବିଜେଡି ବିଧାୟକ ତଥା ବିଜେଡିର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ଦଳର ମନ୍ତବ୍ୟ ରଖିଛନ୍ତି । ଦେବୀ କିହଛନ୍ତି ବିବାଦୀୟ ଜମି ଉପରେ ନିର୍ମାଣକୁ ବନ୍ଦ କରିଦିଆଯାଇଛି। 144 ଧାରା ଜାରି କରାଯାଇଛି। ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ଲିଙ୍ଗରାଜ ଜମି ବିକ୍ରି ପ୍ରସଙ୍ଗରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରତିବାଦ ନେଇ ଦେବୀ ମିଶ୍ର କହିଛନ୍ତି ବିଜେପି କଣ ପାଇଁ ପ୍ରତିବାଦ କରୁଛି ତାହା ସେମାନେ ଜାଣିଥିବେ । ଆଗକୁ ପୌର ନିର୍ବାଚନ ଥିବାରୁ ବୋଧେ ସେଥିପାଇଁ ଏହା କରୁଛନ୍ତି ।

ଲିଙ୍ଗରାଜ ଜମି ବିବାଦ ପ୍ରସଙ୍ଗ: ମୁହଁ ଖୋଲିଲା ବିଜେଡି

ଲିଙ୍ଗରାଜଙ୍କ ଜମି ବିକ୍ରି ଘଟଣାରେ ତହସିଲଦାର ଏବଂ ଅନ୍ୟ ରାଜସ୍ବ ବିଭାଗ ଅଧିକାରୀ କାମ ବନ୍ଦ କରିଛନ୍ତି। ତା ପରେ ଆଉ କଣ ଅଛି ? ସରକାର କେଉଁଠି ଏଥିରେ ଚଞ୍ଚକତା କଲେ ? ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ସରକାର ନ ଚାହୁଁଥିଲେ କାମ ବନ୍ଦ ହୋଇଥାନ୍ତା କି ? ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details