ଓଡିଶା

odisha

ETV Bharat / city

ଟଳିଲା ବାତ୍ୟା ଭୟ, କେବଳ ଭିଜିବ ଓଡିଶା - ବାତ୍ୟା

ଦଶହରା ପରେ ରାଜ୍ୟରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଓଡିଶାରେ ବାତ୍ୟା ହେବ ନାହିଁ, କେବଳ ବର୍ଷିବ ବୋଲି ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

ଓଡିଶାକୁ ଟଳିଲା ବାତ୍ୟା ଭୟ, ରାଜ୍ୟରେ ଖାଲି ବର୍ଷିବ
ଓଡିଶାକୁ ଟଳିଲା ବାତ୍ୟା ଭୟ, ରାଜ୍ୟରେ ଖାଲି ବର୍ଷିବ

By

Published : Oct 14, 2021, 1:40 PM IST

ଭୁବନେଶ୍ବର: ଓଡିଶାକୁ ଟଳିଲା ବାତ୍ୟା ଭୟ । ଦଶହରା ପରେ ରାଜ୍ୟରେ ବାତ୍ୟା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏବେ ତାହାର ଅନ୍ତ ଘଟିଛି । ଓଡିଶାରେ ବାତ୍ୟା ହେବନାହିଁ । କେବଳ ବର୍ଷା ହେବ ବୋଲି ଆଜି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ନେଇ ଓଡିଶା ପ୍ରତି ବାତ୍ୟା ଭୟ ରହିଥିବା କୁହାଯାଉଥିଲା । ମାତ୍ର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସକାଳ ସମୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷିବ । କେବଳ ତିନି ଦିନ ଯାଏଁ ବର୍ଷା ହେବା ସହ କୌଣସି ବାତ୍ୟା ହେବନି ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details