ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ୧୫ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ l ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ(Odisha Public Health Director) ଏହି ପରିପ୍ରେକ୍ଷୀରେ ଓଡ଼ିଶା ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ରହିଥିବା କହିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଦିଲ୍ଲୀରେ ଚତୁର୍ଥ ଲହର ଅତିକ୍ରମ କଲାଣି । ପ୍ରାୟ ଓଡ଼ିଶା ମଧ୍ୟ ସେହି ଷ୍ଟେଜରେ ରହିଛି । ରାଜ୍ୟରେ ଦୈନିକ ୨୦ହଜାର ଉପରକୁ ଟେଷ୍ଟ ହେଉଥିବାବେଳେ, ମାତ୍ର ୭୦୦ରୁ ୮୦୦ କେସ୍ ଆସୁଛି ।"
ସେ ଆହୁରି କହିଛନ୍ତି, "ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ରହିଛି ଏବଂ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ହ୍ରାସ ପାଇଛି l ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଡାକ୍ତରଖାନାରେ କମ ଅଛି । ଭ୍ୟାକସିନେସନ ଫଳରେ ଲୋକଙ୍କ ଶରୀରରେ କମ ଲକ୍ଷଣ ଦେଖାଯାଉଛି । ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ।"