ଓଡିଶା

odisha

ETV Bharat / city

କାଳବୈଶାଖୀ ସମ୍ଭାବନା, 9 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ - rain in odisha

ବିଜୁଳି, ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ନେଇ 9 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ...

କାଳବୈଶାଖୀ ସମ୍ଭାବନା,  9 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି
କାଳବୈଶାଖୀ ସମ୍ଭାବନା, 9 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି

By

Published : Apr 9, 2021, 9:42 PM IST

ଭୁବନେଶ୍ବର:ଆସନ୍ତା ୫ ଦିନ ପାଇଁ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଦିନ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା ରହିଛି ।

ତେବେ ଆଗାମୀ ୨୪ ଘଣ୍ଟା ଅର୍ଥାତ ଶନିବାର ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, କୋରାପୁଟ, ଗଜପତି, ରାୟଗଡା ଜିଲ୍ଲାର ଗୋଟିଏ-ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହୋଇପାରେ । ଏଥିସହ ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି ।

କାଳବୈଶାଖୀ ସମ୍ଭାବନା, 9 ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି

ସେହିପରି ଉପକୂଳ ଜିଲ୍ଲା ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଅନୁଗୁଳ, ବୌଦ୍ଧ, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ବରରେ ଆସନ୍ତା ୫ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ଉପକୁଳ ଏବଂ ଆଭ୍ୟନ୍ତରୀଣ 9ଟି ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହୋଇଛି ।

କେନ୍ଦୁଝରରେ କୁଆପଥର ବର୍ଷା ହୋଇଛି । ଉପକୂଳରେ ତାପମାତ୍ରା ସ୍ବାଭାବିକ ଠାରୁ କମ ରହିଛି ,ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ରହିଛି । ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୨.୦ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୪୧.୫, ସୋନପୁରରେ ୪୦.୮, ଝାରସୁଗୁଡାରେ ୪୦.୦, ମାଲକାନଗିରିରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

ABOUT THE AUTHOR

...view details