ଓଡିଶା

odisha

By

Published : Jul 13, 2021, 7:32 PM IST

ETV Bharat / city

ବଢୁଛି ବଜ୍ରପାତ ବିପଦ, ବର୍ଷକରେ ରାଜ୍ୟରେ ୧୫୬ ମୃତ

ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶରେ ଅନେକ ଲୋକଙ୍କ ଜୀବନ ହାନୀ ହେଉଛି । ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ସାଜିଛି । ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧୫୬ ଜଣଙ୍କୁ ମିଶାଇ ୧୬୯୭ ଜଣଙ୍କ ଜୀବନ ହାନୀ ହୋଇଛି । ଅଧିକ ପଢ଼ନ୍ତୁ...

ବଢୁଛି ବଜ୍ରପାତ ବିପଦ: ବର୍ଷକରେ ବଜ୍ରପାତରେ ରାଜ୍ୟରେ ୧୫୬ ଜଣ ମୃତ
ବଢୁଛି ବଜ୍ରପାତ ବିପଦ: ବର୍ଷକରେ ବଜ୍ରପାତରେ ରାଜ୍ୟରେ ୧୫୬ ଜଣ ମୃତ

ଭୁବନେଶ୍ବର: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଦେଶରେ ଅନେକ ଲୋକଙ୍କ ଜୀବନ ହାନୀ ହେଉଛି । ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ସାଜିଛି । ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧୫୬ ଜଣଙ୍କୁ ମିଶାଇ ୧୬୯୭ ଜଣଙ୍କ ଜୀବନ ହାନୀ ହୋଇଛି । ବଜ୍ରପାତ ରିପୋର୍ଟ ୨୦୨୧ ଅନୁଯାୟୀ, ୨୦୨୦-୨୧ ମସିହାରେ ଓଡ଼ିଶାରେ ବଜ୍ରପାତ ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ବର୍ଷରେ ପ୍ରାୟ ୧୪.୮ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୦.୪୩ ଲକ୍ଷକୁ ବୃଦ୍ଧି ପାଇଛି ।

ବଢୁଛି ବଜ୍ରପାତ ବିପଦ: ବର୍ଷକରେ ବଜ୍ରପାତରେ ରାଜ୍ୟରେ ୧୫୬ ଜଣ ମୃତ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ୩୫.୪ ପ୍ରତିଶତ କେବଳ ବଜ୍ରପାତ କାରଣରୁ ଘଟିଛି । ଭାରତୀୟ ପାଣିପାଗ ବିଭାଗ (IMD) ସହ କାମ କରୁଥିବା ଏକ ବେସରକାରୀ ସଙ୍ଗଠନ ଜଳବାୟୁ ସ୍ଥାୟୀ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରୋତ୍ସାହନ ପରିଷଦ(CROPC) ପକ୍ଷରୁ ଏନେଇ ରିପୋର୍ଟ ଜାରି ହୋଇଛି । ଭାରତର ଦ୍ଵିତୀୟ ବାର୍ଷିକ ବଜ୍ରପାତ ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲ ୧ ତାରିଖରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଦେଶରେ ୧୬୯୭ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ରିପୋର୍ଟ ଅନୁଯାୟୀ ୨୦୨୦-୨୧ରେ ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ବଜ୍ରପାତ ପ୍ରବଣ ରାଜ୍ୟ ଭାବରେ ଉଭା ହୋଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ବଜ୍ରପାତରେ ପ୍ରାୟ ୧୫୬ ଜଣଙ୍କ ଜୀବନ ଯାଇଛି । ତେବେ ଗତ ଆର୍ଥିକ ବର୍ଷରେ ମୃତ୍ୟୁ ସଂଖ୍ୟା 2 ଶହରୁ ଅଧିକ ରହିଥିଲା ।


ସିଆର୍‌ଓପିସି ରିପୋର୍ଟ ୨୦୨୦-୨୧ ଅନୁସାରେ, ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ,ଝାଡ଼ଖଣ୍ଡରେ ସର୍ବାଧିକ ବଜ୍ରପାତ ହୋଇଛି। ଏଥିଯୋଗୁ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ବଜ୍ରପାତଜନିତ ମୋଟ ମୃତ୍ୟୁର ୫୩ ପ୍ରତିଶତ । ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବଜ୍ରପାତ ହୋଇଥିବାବେଳେ ବର୍ଷକ ମଧ୍ୟରେ ପ୍ରାୟ ୧୫୬ ଜଣଙ୍କ ଜୀବନ ଯାଇଛି । ବିଶେଷକରି ପ୍ରାକ୍‌ ମୌସୁମୀ ସମୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

ସିଆରପିସି(CROPC) ରିପୋର୍ଟ ମୁତାବକ କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁଁ ପୂର୍ବ ଭାରତରେ ଅଧିକାଂଶ ଜୀବନ ହାନି ହେଉଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷାବେଳେ ବିଶେଷକରି ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶରେ ଏହାର ପ୍ରଭାବ ସର୍ବାଧିକ ରହିଥାଏ ।


ବଜ୍ରପାତର କାରଣ କ'ଣ ?
ସଚେତନତା ଅଭାବରୁ ବଜ୍ରପାତରେ ଅନେକଙ୍କ ମୃତ୍ୟୁ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । 70 ପ୍ରତିଶତ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି । ଅନ୍ୟ ୨୫ ପ୍ରତିଶତ ଲୋକ ବାହାରେ ଥିବାବେଳେ ଜୀବନ ଯାଉଛି । ଛୋଟ ନାଗପୁର ମାଳଭୂମିରୁ ଅଧିକ ବଜ୍ରପାତ ସୃଷ୍ଟି ହୋଇଥାଏ । ଉକ୍ତ ମାଳଭୂମି ପୂର୍ବ ଭାରତରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ବ୍ୟାପିଥିବାରୁ ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ବଜ୍ରପାତ ଘଟିଥାଏ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଶ୍ଵତାପନ, ଜଙ୍ଗଲ ନଷ୍ଟ, ବ୍ୟାପକ କଂକ୍ରିଟ୍ ଭିତ୍ତିଭୂମି, ପ୍ରଦୂଷଣ, ଏରୋସିଲ୍ ସ୍ତର ବୃଦ୍ଧି ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦାୟୀ ।

କିପରି କମିପାରିବ ବଜ୍ରପାତ ମୃତ୍ୟୁହାର ?
ରାଜ୍ୟଗୁଡ଼ିକ ସେମାନଙ୍କ ଭୌଗୋଳିକ ସ୍ଥିତି ଅନୁସାରେ ବଜ୍ରପାତ ମାଇକ୍ରୋ ଜୋନ୍ ପ୍ରସ୍ତୁତ କରିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ରାଜ୍ୟକୁ ଋତୁକାଳୀନ, ତୀବ୍ରତା ଓ ବାରମ୍ବାରତା ଆଧାରରେ ବ୍ରଜପାତ ବିପଦ ପରିଚାଳନା ଯୋଜନା କରିବା ଆବଶ୍ୟକ । ସେହିପରି ଆଇଏମ୍‌ଡି(IMD) ଆକଳନକୁ ଗୁରୁତ୍ଵର ସହ ନେଇ ସରକାର ଲୋକଙ୍କ ସୁରକ୍ଷା ପାଇଁ ସଚେତନତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details