ଓଡିଶା

odisha

ETV Bharat / city

ଘୁର୍ଣ୍ଣିବଳୟ ପ୍ରଭାବ: ଆଗାମୀ 24 ଘଣ୍ଟାରେ 19 ଜିଲ୍ଲାରେ ବଜ୍ରପାତ ସହ ବର୍ଷା - odisha weather

ଆଜି(ସୋମବାର) ଏକ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଯାଏଁ ଉତ୍ତର ଓଡିଶା ଏବଂ ସଂଲଗ୍ନ ଗାଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟାକା ଉପରେ ସକ୍ରିୟ ରହିଛି । ଅଧିକ ପଢନ୍ତୁ...

ଘୁର୍ଣ୍ଣିବଳୟ ପ୍ରଭାବ: ଆଗାମୀ 24 ଘଣ୍ଟା ମଧ୍ୟରେ 19 ଜିଲ୍ଲାରେ ବଜ୍ରପାତ ସହ ବର୍ଷା
ଘୁର୍ଣ୍ଣିବଳୟ ପ୍ରଭାବ: ଆଗାମୀ 24 ଘଣ୍ଟା ମଧ୍ୟରେ 19 ଜିଲ୍ଲାରେ ବଜ୍ରପାତ ସହ ବର୍ଷା

By

Published : Jul 5, 2021, 9:08 PM IST

ଭୁବନେଶ୍ବର: ଗତକାଲି(ରବିବାର) ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନଚାପ ରେଖା ଆଜି ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ-ଉତ୍ତର ପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟ ଦେଇ ତ୍ରିପୁରା ଯାଏଁ ଲମ୍ବିଛି । ଆଜି(ସୋମବାର) ଏକ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଯାଏଁ ଉତ୍ତର ଓଡିଶା ଏବଂ ସଂଲଗ୍ନ ଗାଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟାକା ଉପରେ ସକ୍ରିୟ ରହିଛି । ତା’ଛଡା ଉପରୋକ୍ତ ଘୁର୍ଣ୍ଣିବଳୟ ଠାରୁ ଏକ ଉତ୍ତର-ଦକ୍ଷିଣ ନିମ୍ନଚାପ ରେଖା ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଉତ୍ତର ଆନ୍ଧ୍ର ଉପକୂଳ ଉପକୂଳ ଯାଏଁ ଲମ୍ବିଛି ।

ଘୁର୍ଣ୍ଣିବଳୟ ପ୍ରଭାବ: ଆଗାମୀ 24 ଘଣ୍ଟା ମଧ୍ୟରେ 19 ଜିଲ୍ଲାରେ ବଜ୍ରପାତ ସହ ବର୍ଷା
ଉପରୋକ୍ତ ପାଣିପାଗର ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଠାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ୱର ଠାରେ ୩୬୭.୩ ମି.ମି ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୧.୧ ମି.ମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୯.୩ ମି.ମି ଠାରୁ ୧୯% ଅଧିକ ରହିଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details