ଓଡିଶା

odisha

By

Published : Feb 16, 2021, 8:42 PM IST

ETV Bharat / city

ଆସନ୍ତା 18ରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ରାଜ୍ୟରେ ଆସନ୍ତା 18 ତାରିଖରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆସନ୍ତା 18ରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଆସନ୍ତା 18ରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର:ଆସନ୍ତା 18 ତାରିଖରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ବର୍ଷା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଏ ସମ୍ପର୍କରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଆସନ୍ତା 18ରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ, ବଲାଙ୍ଗୀର, ନୂଆପଡା ଏବଂ ବରଗଡ଼ରେ ବର୍ଷା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି 19 ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ବର୍ଷା ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ରହିଛି ।

ଉପକୂଳ ଓ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦେଖାଦେଇଛି । ଗତ 24 ଘଣ୍ଟାରେ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଥିବା ବେଳେ 35.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ 13.0 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details