ଓଡିଶା

odisha

ETV Bharat / city

ରାଜଧାନୀବାସୀଙ୍କୁ ଭିଜାଇଲା ଶୀତୁଆ ମେଘ - ରାଜଧାନୀବାସୀଙ୍କୁ ଭିଜାଇଲା ଶୀତୁଆ ମେଘ

ପ୍ରବଳ ଶୀତରେ ଅଦିନିଆ ବର୍ଷାରେ ଭିଜିଲେ ରାଜଧାନୀବାସୀ। ଫଳରେ ଲୋକଙ୍କ ମନରେ ଆହୁରି ଶୀତର ଭୟ ବଢ଼ିଥିବା ଦେଖାଯାଇଛି। ଆଗକୁ ପଢନ୍ତୁ...

ରାଜଧାନୀବାସୀଙ୍କୁ ଭିଜାଇଲା ଶୀତୁଆ ମେଘ
ଡିଜାଇନ ଫଟୋ

By

Published : Jan 3, 2020, 10:33 PM IST

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ରାଜଧାନୀବାସୀଙ୍କୁ ଭିଜାଇଛି ଅଦିନିଆ ମେଘ। ଯାହାକି ଲୋକଙ୍କ ମନରେ ଆହୁରି ଶୀତର ଭୟ ବଢ଼ାଇ ଦେଇଛି। ଲୋକେ ସାଧାରଣ ଭାବେ ଘରୁ ବାହାରିବାକୁ ଅନିଚ୍ଛା କରୁଥିବା ବେଳେ ଏହି ବର୍ଷା ବାହାରକୁ ଯିବାରେ ଯେପରି ରୋକ ଲଗାଇଛି।

ରାଜଧାନୀବାସୀଙ୍କୁ ଭିଜାଇଲା ଶୀତୁଆ ମେଘ

ଆଜି ପୂର୍ବାହ୍ନରେ ବର୍ଷାରେ ଭିଜିଛନ୍ତି ରାଜଧାନୀବାସୀ। ବର୍ଷା ଯୋଗୁଁ କିଛି ଲୋକ ଓଦା ହେବା ସହିତ ଜାଡ଼ରେ ଥରି ଥରି ନିଜ କାମରେ ଯାଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଶନିବାର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।

ଏହାସହ ଆସନ୍ତା 6 ତାରିଖ ପରଠୁ ରାଜ୍ୟର ତାପମାତ୍ରା ହ୍ରାସ ପାଇବ ଓ ଶୀତର ପ୍ରକୋପ ବୃଦ୍ଧି ହେବ ବୋଲି ଜଣାପଡିଛି। ଏବେଠୁ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details