ଓଡିଶା

odisha

ETV Bharat / city

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି - Light pressure since August 4

ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି । ସେପଟେ ଲଘୁଚାପ ଜନିତ ବର୍ଷା କାରଣରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢାଇଥିବା ଚାଷୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେବ ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି
ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

By

Published : Jul 31, 2020, 6:36 PM IST

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପ୍ରକାଶ କରିଛି । ଏହା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହେବାରେ ସହାୟକ ହେବ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ତେବେ ଲଘୁଚାପ ଜନିତ ବର୍ଷା କାରଣରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢାଇଥିବା ଚାଷୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ଦେବ ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ଗତ ୨୪ ଘଣ୍ଟାରେ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି । କନ୍ଧମାଳ ଜିଲ୍ଲାର ରାଇକିଆ ଠାରେ ସର୍ବାଧିକ ୫୦.୮ ମିମି, ଟିକାବାଲିରେ ୨୧.୦ ମିମି, ରାୟଗଡା ଜିଲ୍ଲାର କୁଟ୍ରାଗୁଡ଼ାରେ ୨୬.୮ମିମି ଏବଂ ନୟାଗଡ ଜିଲ୍ଲାର ରଣପୁର ଠାରେ ୨୦.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ସେହିପରି ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୭.୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗୁରୁବାର ଦକ୍ଷିଣ ଆନ୍ଧ୍ର ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ତାମିଲନାଡୁ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ୧୩ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଥିବା ପୂର୍ବ-ପଶ୍ଚିମ 'ସିଅର ଜୋନ୍' ସହ ମିଶିଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି-କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏତଦବ୍ୟତୀତ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ଅଗଷ୍ଟ 1ରେ ଓଡ଼ିଶାର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ 2ରୁ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା, ବରଗଡ ଏବଂ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ 3ରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ବଲାଙ୍ଗୀର, ଦେବଗଡ, ଅନୁଗୁଳ, କେନ୍ଦୁଝର ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ଅଗଷ୍ଟ 4 ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ମାଲକାନଗିରି, ରାୟଗଡା, ପୁରୀ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଗଷ୍ଟ ୪ରୁ ଲଘୁଚାପ, ଚାଷ ପାଇଁ ଚାଷୀଙ୍କୁ ମିଳିବ ଆଶ୍ବସ୍ତି

ତେବେ ଅଗଷ୍ଟ 4 ବେଳକୁ ବାୟୁମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁଁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ମାଛ ମାରିବାକୁ ନଯିବାକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details