ଭୁବନେଶ୍ବର:ହାଲୁକା କୁହୁଡିରେ ଢାଙ୍କି ହେବ ଆଭ୍ୟନ୍ତରୀଣ ଜିଲ୍ଲା । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ହାଲୁକା କୁହୁଡି ଦେଖାଯିବ । ଆସନ୍ତା 5 ଦିନ ପାଇଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ, ମାଲକାନଗିରି, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, କଳାହାଣ୍ଡି, କଟକ, ନୟାଗଡ଼, କେନ୍ଦୁଝର, କୋରାପୁଟ ଏବଂ ବଲାଙ୍ଗୀର ଆଦି ଜିଲ୍ଲାରେ ହାଲକା କୁହୁଡି ଦେଖାଦେବ । ଏଠାରେ ଦୃଶ୍ୟମାନ ଦୂରତା ୮୦୦ ରୁ ୨୦୦ ମିଟର ରହିବ । ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିପାରେ ଏବଂ ଉପକୂଳରେ ସମାନ ତାପମାତ୍ରା ରହିବ ।