ଭୁବନେଶ୍ବର: କୋରୋନା ସଂଘର୍ଷରେ ସାମିଲ ହେବା ପାଇଁ ଶାରୀରିକ ପ୍ରସ୍ତୁତି ନିମନ୍ତେ ଜିମ ଗୁଡ଼ିକର ପୁନଃଆରମ୍ଭ ଓ ଆବଶ୍ୟକୀୟ କ୍ଷତି ପୂରଣ ଉଦ୍ଦେଶ୍ୟରେ ଜିମ ମାଲିକ ସଙ୍ଘ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି। କଟକ-ଭୁବନେଶ୍ବର ଟ୍ବିନ ସିଟିରେ 144ଟି ଜିମ ସେଣ୍ଟର ଥିବାବେଳେ ଏହାକୁ ନିର୍ଭର କରି 800 ପରିବାର ଚଳିଥାଏ। ଏବେ ଦୁଇ ମାସରୁ ଅଧିକ ସମୟ ବନ୍ଦ ଥିବାରୁ ମାଲିକ ମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ତେବେ ଜିମ ଖୋଲିବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି ସଂଘ।
ଜିମ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଜିମ ମାଲିକ ସଂଘ - ଅଲ ଓଡିଶା ଓନର ଆସୋସିଏସନ
ଜିମ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡିଶା ଜିମ ମାଲିକ ସଂଘ ।
ଜିମ୍ ଖୋଲିବା ପାଇଁ ଚିଠି
ବିଶ୍ଵ ମହାମାରୀ କୋରୋନା ସଂକ୍ରମଣର ପରିସମାପ୍ତି ନିମନ୍ତେ ଜିମ ଗୁଡ଼ିକୁ କିଛିଦିନ ପାଇଁ ଅଚଳ ରଖିବାକୁ ନିଯାଇଥିବା ପଦକ୍ଷେପ ଗ୍ରହଣଯୋଗ୍ୟ ଥିଲା। ବର୍ତମାନ କେନ୍ଦ୍ର ତଥା ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଘୋଷଣା କରିଥିବାବେଳେ ଜିମ ଗୁଡ଼ିକର ପୁନଃଆରମ୍ଭର ଆବଶ୍ୟକତା ଉପରେ ଚିଠି ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ସଂଘ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ