ଓଡିଶା

odisha

By

Published : Apr 16, 2021, 3:45 PM IST

ETV Bharat / city

ଚଳିତ ବର୍ଷ କମ୍ ବର୍ଷିବ

ଚଳିତ ବର୍ଷ ମୌସୁମୀ ସମୟରେ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ ...

ଚଳିତ ବର୍ଷ କମ୍ ବର୍ଷିବ
ଚଳିତ ବର୍ଷ କମ୍ ବର୍ଷିବ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସମୟରେ ଓଡ଼ିଶାରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଥମ ଷ୍ଟେଜର ଆକଳନ ଅନୁଯାୟୀ ମୌସୁମୀ ବର୍ଷା ସ୍ୱାଭାବିକ ହେବ । ହେଲେ ଓଡ଼ିଶାରେ କମ ବର୍ଷା ହେବ ।

ଚଳିତ ବର୍ଷ କମ୍ ବର୍ଷିବ

୧୯୮୧ ରୁ ୨୦୧୦ ମସିହା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ 88 cm ବର୍ଷା ହୋଇଛି । ଦୀର୍ଘ ୩୦ ବର୍ଷରେ ୮୮ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ତେବେ ସେହି ୮୮ cm ବର୍ଷାର ୯୮ ପ୍ରତିଶତ ବର୍ଷା ଚଳିତ ବର୍ଷ ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଚଳିତ ବର୍ଷ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ଼ ଏବଂ ବିହାର ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହି ରାଜ୍ୟ ଗୁଡିକରେ ୩୬ ରୁ ୪୫ ପ୍ରତିଶତ ବର୍ଷା ହେବ। ଏହା ହେଉଛି ଚଳିତ ବର୍ଷ ପ୍ରାକ ମୌସୁମୀ ଆକଳନ । ପୁନର୍ବାର ମେ ମାସ ଶେଷରେ ଦ୍ୱିତୀୟ ଷ୍ଟେଜର ଆକଳନ ରିପୋର୍ଟ ଆସିବ ।

ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details