ଓଡିଶା

odisha

ETV Bharat / city

ବାଘଛାଲ ଚାଲାଣ ବେଳେ ଆଉ ଜଣେ ଗିରଫ - ଏସଟିଏଫ ଜାଲରେ ବାଘ ଛାଲ ଚାଲାଣକାରୀ

ଏସଟିଏଫ ଜାଲରେ ବାଘଛାଲ ଚାଲାଣକାରୀ । ବରଗଡ ଭଟଲୀରୁ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଅଭିଯୁକ୍ତ ଜଣକ ହେଉଛି ଭଟଲି ଡୁମୁରୁପାଲିର ପରମାନନ୍ଦ ଖଟୁଆ ଓରଫ ଶାଖା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Leopard skin smuggling case
ବାଘ ଛାଲ ଚାଲାଣ ବେଳ ଆଉ ଜଣେ ଗିରଫ

By

Published : Dec 18, 2019, 9:21 PM IST

ଭୁବନେଶ୍ବର: ବାଘ ଛାଲ ଚାଲାଣ ବେଳେ ଆଉ ଜଣେ ଗିରଫ । ବରଗଡ ଭଟଲିରୁ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ । ଅଭିଯୁକ୍ତ ଜଣକ ହେଉଛି ଭଟଲି ଡୁମୁରୁପାଲିର ପରମାନନ୍ଦ ଖଟୁଆ ଓରଫ ଶାଖା ।

ତା ନିକଟରୁ ଏକ ବାଘ ଛାଲ ଜବତ କରାଯାଇଛି । ତେବେ ପୂର୍ବରୁ ବାଘ ଛାଲ ଓ ହାତୀ ଦାନ୍ତ ଚାଲାଣ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ସେହି ଘଟଣାରେ ଶାଖା ମୁଖ୍ୟ ଅଭିଯୁକ୍ତ ଥିଲା । ଧାରା ୩୭୯, ୪୧୧, ୧୨୦ବି ଓ ୫୧ ୱାଇଲ୍ଡ ଲାଇଫ ଆକ୍ଟରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ଟିମ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details