ଭୁବନେଶ୍ବର: ବଣାଇ ଛକରେ ବାଘଛାଲ ବେପାର। ଏଥର ଲୁଚା ଛପା ନୁହେଁ ଖୁଲମଖୁଲା ବରଗଛ ମୂଳେ ବେପାର। ଏକ ପାର୍ଟିକୁ ଦେଖାଇବା ପାଇଁ ଅପେକ୍ଷା କରିଥିଲେ ୨ଜଣ। ବଣାଇଛକ ,ବାରାକୋଟ ଦେଓଗଡ ଜିଲ୍ଲାରେ ସୂଚନା ପାଇ ଗ୍ରାମବାସୀ ବେଶରେ ଛପିଥିଲା ଏସଟିଏଫ ଟିମ।
ବରଗଛ ମୂଳେ ଚାଲିଥିଲା ବାଘଛାଲ ବେପାର, ମାଡିବସିଲା STF - ବାଘଛାଲ ଜବତ
ବାଘଛାଲ କଳାବଜାରୀର ପର୍ଦ୍ଦାଫାସ । ବଣାଇରୁ ବାଘଛାଲ ଜବତ ସହ ୨ ଗିରଫ । ଅଧିକ ପଢନ୍ତୁ...
ବାଘଛାଲ କଳାବଜାରି ପର୍ଦ୍ଦାଫାସ,ବଣାଇରୁ ବାଘଛାଲ ଜବତ ସହ ୨ ଗିରଫ
ବାଘଛାଲ କାଢି ଦେଖାଇବାକୁ ଉଦ୍ଯମବେଳେ ୨ଜଣକୁ ମାଡିବସିଲା ଏସଟିଏଫ ଟିମ । ଦୁଇଜଣଙ୍କଠୁ ଗୋଟିଏ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ କରାଯାଇଛି । ଗିରଫ 2 ଜଣ ସୋମନାଥ ପାତ୍ର ଓ ରାଜିବ ଲୋଚନ ପାତ୍ର ବୋଲି ଜଣାପଡିଛି । ଉଭୟଙ୍କ ଘର ଦେଓଗଡ କଡପଦାର ସାଲୋଇଗାଁରେ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ