ଓଡିଶା

odisha

ETV Bharat / city

ନନ୍ଦନକାନନରେ ‘ବର୍ଷା’ ମୃତ - ନନ୍ଦନକାନନ ପାଲଟିଛି ଡେଥ ଜୋନ୍

ନନ୍ଦନକାନନ ପାଲଟିଛି ଡେଥ ଜୋନ୍ । ଗୋଟେ ଗୋଟେ କରି ଚାଲିଯାଉଛି ଜୀବଜନ୍ତୁଙ୍କ ଜୀବନ । ବର୍ଷକ ମଧ୍ୟରେ ହାତୀ, ସିଂହ ଓ ବାଘ ପରି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ଏମିତି କି ଆଜି(ସୋମବାର) ଅପରାହ୍ନରେ କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ହୋଇଛି ।

Nandanakanana
ନନ୍ଦନକାନନରେ ‘ବର୍ଷା’ ମୃତ

By

Published : Dec 30, 2019, 7:17 PM IST

ଭୁବନେଶ୍ବର: ନନ୍ଦନକାନନ ପାଲଟିଛି ଡେଥ ଜୋନ୍ । ଗୋଟେ ଗୋଟେ କରି ଚାଲିଯାଉଛି ଜୀବଜନ୍ତୁଙ୍କ ଜୀବନ । ବର୍ଷକ ମଧ୍ୟରେ ହାତୀ, ସିଂହ ଓ ବାଘ ପରି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ଏମିତି କି ଆଜି(ସୋମବାର) ଅପରାହ୍ନରେ କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ହୋଇଛି । ଯାହା ନନ୍ଦନକାନନକୁ ଡେଥ ଜୋନ୍ ଭାବେ ପରିଣତ କରିଥିବା କୁହାଯାଉଛି ।

ନନ୍ଦନକାନନରେ ‘ବର୍ଷା’ ମୃତ

କଲରାପତରିଆ ବାଘ ‘ବର୍ଷା’ର ବୟସ 14 ବର୍ଷ । 3 ମାସର ହୋଇଥିବାବେଳେ ଚନ୍ଦକା ଅଭୟାରଣ୍ୟରୁ ଏହି କଲରାପତରିଆ ବାଘକୁ ଉଦ୍ଧାର କରାଯାଇଥିଲା । ‘ବର୍ଷା’ କିଛିଦିନ ହେବ ମଳକଣ୍ଟକ ରୋଗରେ ପୀଡିତ ରହିଥିଲା । ଡାକ୍ତରୀ ଟିମ୍‌ 5ଦିନ ତଳେ ତାର ଅସ୍ତ୍ରୋପଚାର କରିଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା । ଆଉ ଆଜି ତାର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ 6ଟି କଲରାପତରିଆ ବାଘ ଅଛନ୍ତି । ତେବେ ନନ୍ଦନକାନନରେ ଦିନକୁ ଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଥିବାରୁ ଏହା ନନ୍ଦନକାନନ କର୍ତୃପକ୍ଷଙ୍କ ଅବହେଳା ନା ପ୍ରଦୂଷିତ ପରିବେଶ ତାକୁ ନେଇ ଉଠିଛି ପ୍ରଶ୍ନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details