ଭୁବନେଶ୍ବର: ରାଜ୍ୟ ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ । ସରକାର ଲୋକଙ୍କୁ ଘରେ ଘରେ ବିଶୁଦ୍ଧ ଜଳ ଯୋଗାଉଥିବା ଡିଣ୍ଡିମ ପିଟୁଥିବା ବେଳେ ଗ୍ରାମାଞ୍ଚଳରେ ମାତ୍ର 3.5 ପ୍ରତିଶତ ଲୋକ ପାଇପ ଯୋଗେ ପାଣି ପାଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ବିଶୁଦ୍ଧ ପାଣି ପାଇଁ ବର୍ଷିଲେ ଲେଖାଶ୍ରୀ ଲେଖାଶ୍ରୀ କହିଛନ୍ତି, ଭୁବନେଶ୍ବରରେ ସବୁଠୁ ଦ୍ରୃତ ଶୁଦ୍ଧ ପାନୀୟ ଜଳ ମିଳି ପାରୁଛି ବୋଲି ରାଜ୍ୟ ସରକାର କହୁଛନ୍ତି । ହେଲେ ଓଡ଼ିଶାର ଅଧିକାଶଂ ଲୋକ ଦୂଷିତ ଜଳ ପିଉଛନ୍ତି । ଏପର୍ଯ୍ୟନ୍ତ ଅଧିକାଶଂ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ସରକାର ଯୋଗାଇ ପାରିନଥିବା ୮୦ ଭାଗ ଲୋକ ଭୂତଳ ଜଳ ଉପରେ ନିର୍ଭରଶୀଳ ।
ଓଡ଼ିଶାର 35 ପ୍ରତିଶତ ଲୋକ ପ୍ରତ୍ୟେକ ଦିନ ଏକ କିଲୋମିଟର ଯାଆନ୍ତି ପାଣି ସଂଗ୍ରହ ପାଇଁ । ଏଥିସହ ରାଜ୍ୟରେ 68 ଲକ୍ଷ ଲୋକ ଆବଶ୍ୟକତା ଅନୁଯାୟୀ 40ଲିଟର ପାଣି ମଧ୍ୟ ପାଇପାରୁନାହାନ୍ତି । ରାଜ୍ୟରେ ମାତ୍ର 6 ପ୍ରତିଶତ ପାଣି କେବଳ ବିଶୁଦ୍ଧ କରିବା ପାଇଁ ବ୍ୟବସ୍ଥା ହୋଇଛି । ବଲାଙ୍ଗୀର, ବଡମ୍ଵା, ଡଙ୍କାରୀ ଆଦି ସ୍ଥାନରେ ପାଣି ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଲେଖାଶ୍ରୀ ।
ତେବେ ନୀତି ଆୟୋଗର ଜଳ ସୂଚୀରେ ଓଡିଶାର ସ୍ଥାନ ତଳେ ରହିଛି । ଏଥିସହ 23ଟି ପାରାମିଟରୁ 18ଟି ପାରାମିଟରରେ ଫେଲ ହୋଇଛି ରାଜ୍ୟ । ଏପର୍ଯ୍ୟନ୍ତ ବର୍ଷା ଜଳକୁ ପାନୀୟ ବ୍ୟବହାର କରାଯାଇ ପାରିଲା ନାହିଁ । ରାଜଧାନୀରେ 14 ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟରେ ଏହା ଜଣାପଡିଛି ବୋଲି ଲେଖାଶ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ