ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିଧାନସଭାକୁ ବୟକଟ୍ କରିବା ସହ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ସୁରଙ୍କ କହିବା କଥା, ଯଦି ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ମନା, ତାହେଲେ ମୁଁ ବିଧାନସଭାକୁ ବୟକଟ୍ କରିବି । ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ଜଟଣୀ ବିଧାୟକ ।
ବିଧାନସଭା ବୟକଟ୍ କରିବେ ସୁର, ବାଚସ୍ପତିଙ୍କୁ ଲେଖିଲେ ଚିଠି - ବିଧାନସଭା ବୟକଟ୍
ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିଧାନସଭାକୁ ବୟକଟ୍ କରିବା ସହ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...
![ବିଧାନସଭା ବୟକଟ୍ କରିବେ ସୁର, ବାଚସ୍ପତିଙ୍କୁ ଲେଖିଲେ ଚିଠି ବିଧାନସଭା ବୟକଟ୍ କରିବେ ସୁର, ବାଚସ୍ପତିଙ୍କୁ ଲେଖିଲେ ଚିଠି](https://etvbharatimages.akamaized.net/etvbharat/prod-images/768-512-8835455-thumbnail-3x2-dgp.jpg)
କୋଭିଡ୍ କଟକଣା ଭିତରେ ବିଧାନସଭା ବସୁଥିବାରୁ ବାଚସ୍ପତିଙ୍କ ପକ୍ଷରୁ କୁହାଯାଇଛି ୬୦ ବର୍ଷ ବୟସ୍କ କିମ୍ବା ଉର୍ଦ୍ଧ୍ବ ବୟସର ବିଧାୟକ ଯଦି ଚାହିଁବେ ଭିଡିଓ କନଫରେନ୍ସ ଜରିଆରେ ନିଜ ନିର୍ବାଚନ ମଣ୍ଡଳୀର କିମ୍ବା ଭୁବନେଶ୍ୱର ଓକାକରେ ହୋଇଥିବା ବ୍ୟବସ୍ଥା ମାଧ୍ୟମରେ ବିଧାନସଭାର ଅଧିବେଶନରେ ସାମିଲ ହୋଇପାରିବେ । ହେଲେ ଏକଥାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଅସ୍ଵୀକାର କରିଛନ୍ତି । ଯେଉଁଁଥିପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଚିଠି ଲେଖି ବିଧାନସଭାକୁ ବର୍ଜନ କରିଛନ୍ତି ।
ସୁର ଚିଠିରେ ଲେଖିଛନ୍ତି ଯେ, ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ମାନଙ୍କ ପାଇଁ ଅନ୍ୟତ୍ର ବସିବା ବ୍ୟବସ୍ଥାକୁ ସେ ଗ୍ରହଣ କରିବେ ନାହିଁ । ଏହାସହ ଲୋକମାନେ ତାଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କର ସମସ୍ୟା ବିଧାନସଭାରେ କିପରି ଉଠେଇବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଆମ ମାନଙ୍କ ଅଧିକାର କ୍ଷୁର୍ଣ୍ଣ କରାଯାଉଥିବା ସେ କହିଛନ୍ତି । ଏହାସହ ସେମାନଙ୍କୁ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଅନୁମତି ଦିଆଯାଉ । ଯଦି ସେମିତି ନହୁଏ ସେ ଅଧିବେଶନରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ