ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନକୁ ଆଖିଆଗରେ ରଖି ଆଜି ଠାରୁ ବିଧାୟକଙ୍କ କୋରୋନା ଟେଷ୍ଟିଂ କରାଯାଇଛି । ସକାଳ 8.30ରୁ ଟେଷ୍ଟିଂ କରାଯାଉଛି ।
ତିନି ଦିନ ଧରି ସମସ୍ତ ବିଧାୟକ ଏବଂ ତାଙ୍କର ଷ୍ଟାଫ ଓ ବିଧାନସଭାର କର୍ମଚାରୀମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁମାନଙ୍କ ନେଗେଟିଭ ଆସିବ ସେମାନେ ବିଧାନସଭାରେ ଯୋଗଦାନ କରିପାରିବେ ।