ଭୁବନେଶ୍ବର: 2014ରୁ ଏପର୍ଯ୍ୟନ୍ତ ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ବାରା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିବା ଅଭିଯୋଗ କରି ବିଭିନ୍ନ ଗଣତାନ୍ତ୍ରିକ ସଙ୍ଗଠନ ଓ ମାନବାଧିକାର ସଙ୍ଗଠନ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି।
1975 ମସିହା ଜୁନ 25 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟରାତ୍ରରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଯାହାକି 1977 ମସିହା ପର୍ଯ୍ୟନ୍ତ ଜାରି ରହିଥିଲା । ଏହାରି ମଧ୍ୟରେ ବ୍ୟକ୍ତି, ସଂଗଠନ ଓ ନେତାମାନଙ୍କୁ ବନ୍ଦୀ କରାଯିବା ସହ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ମଧ୍ୟ ଏଭଳି ଘଟଣା ଘଟୁଥିବା ସିପିଆଇଏମ ପକ୍ଷରୁ କୁହାଯାଇଛି ।