ଭୁବନେଶ୍ବର: ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ଦିନ ଗଡିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀରେ ଶୁଣିବାକୁ ମିଳୁଛି ପ୍ରତିବାଦର ସ୍ବର । ତେବେ ଏହି ହତ୍ୟାକାଣ୍ଡ ଘଟଣା ନେଇ ଆଜି ରାଜଧାନୀରେ ୪ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ SIT ତଦନ୍ତ ଦାବି କରାଯାଇଛି । ଏଥିସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ SIT ତଦନ୍ତ ପରିସରଭୁକ୍ତ କରାଯିବା ନେଇ ଦାବି କରିଛି ବାମପନ୍ଥୀ ଦଳ ।
ମମିତା ମର୍ଡର ମିଷ୍ଟ୍ରି: SIT ତଦନ୍ତ ଦାବି କଲେ ବାମପନ୍ଥୀ ଦଳ - Left party
ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । SIT ତଦନ୍ତ ଦାବି କଲେ ୪ ପ୍ରମୁଖ ବାମପନ୍ଥୀ ଦଳ । ଅଧିକ ପଢନ୍ତୁ...
ମମିତା ମର୍ଡର ମିଷ୍ଟ୍ରି: SIT ତଦନ୍ତ ଦାବି କଲା ବାମପନ୍ଥୀ ଦଳ
ତେବେ ମମିତା ହତ୍ୟାକାଣ୍ଡର ପ୍ରିବାଦ କରି ୪ ପ୍ରମୁଖ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ) ଲିବେରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି । ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ବାମପନ୍ଥୀ ଦଳ ଦାବି କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ