ଓଡିଶା

odisha

ETV Bharat / city

Cyclone Asani: ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ - ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ଉଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି, ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ
http://10.10.50.80:6060//finalout3/odisha-nle/thumbnail/05-May-2022/15204291_442_15204291_1651768112936.png

By

Published : May 5, 2022, 10:21 PM IST

ଭୁବନେଶ୍ବର:ଆସନ୍ତାକାଲି (ଶୁକ୍ରବାର) ସମ୍ଭାବ୍ୟ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଅବପାତ ହୋଇ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ । ତେବେ ସମ୍ଭାବ୍ୟ ବାତ୍ୟା ନେଇ ସରକାର ସବୁ ଦିଗରୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ହେଡକ୍ବାର୍ଟରରେ ଆଲର୍ଟ ରହିବାକୁ ଅଗ୍ନିଶମ କର୍ମଚାରୀଙ୍କୁ ନିର୍ଦ୍ଦେଶ ରହିଛି । ଏହାସହିତ ବାତ୍ୟା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଛୁଟି ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏ ନେଇ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ବାତ୍ୟା ସମୟରେ ମୁକାବିଲା କରିବା ଲାଗି ଅଗ୍ନିଶମ ଟିମର ଭୂମିକା ଗୁରୁତ୍ବପୁର୍ଣ୍ଣ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଗ୍ନିଶମ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ । ଏ ନେଇ ହେଡକ୍ବାର୍ଟର ସହ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଦ୍ବାରା ସମ୍ଭାବ୍ୟ ବାତ୍ୟା ଆସିଲେ ମୁକାବିଲା କରିବା ସହଜ ହୋଇପାରିବ । ଅନ୍ୟପଟେ 17 ଟି NDRF ଟିମ, 20 ଟି ଓଡ୍ରାଫ, 175 ଟି ଫାୟାର ସର୍ଭିସ ଟିମ ପ୍ରସ୍ତୁତ ହୋଇଛନ୍ତି । ଯଦି ଆବଶ୍ୟକ ପଡେ ତେବେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ ।

ସୂଚନା ଥାଉ କି ପୂର୍ବାହ୍ନରେ 18 ଜିଲ୍ଲାପାଳଙ୍କ ସହିତ ଏସଆରସି ଆଲୋଚନା କରିଛନ୍ତି । ପ୍ରାଥମିକ ଭାବେ ପ୍ରସ୍ତୁତ ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିବା ଲାଗି କୁହାଯାଇଛି । ଅବଶ୍ୟକ ପଡିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details