ଭୁବନେଶ୍ବର:ମାଡି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍ । ଏହା ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ଏଥିଲାଗି ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ତେବେ ଏ ସମ୍ପର୍କରେ ଜଳସମ୍ପଦ ସର୍ବୋଚ୍ଚ ସଚିବ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି ।
ପୂର୍ବ ଅନୁଭୂତିକୁ ନେଇ ବାତ୍ୟା ମୁକାବିଲା କରାଯିବ । ବାତ୍ୟା ପାଇଁ 10 ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ସମସ୍ତ ଅଧିକାରୀ ଯୋଗାଯୋଗରେ ରହିଛନ୍ତି । 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ହୋଇଛି। ଏହାସହ ଏବେ କୌଣସି ରିଜର୍ଭରରେ ପାଣି ନାହିଁ । ବର୍ଷା ହେଲେ ପାଣି ପଶିବ। ପାଣି ଛାଡିବା ସମୟରେ ଯେଉଁ SOP ଅଛି ତାହା ପାଳନ କରାଯିବ ବୋଲି ସେ କହିଛନ୍ତି ।