ଭୁବନେଶ୍ବର: ଅନଲାଇନରେ ମଦ କିଣିଲେ ଠକାମିର ଶିକାର ହେଉଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ପଦ୍ଧତି। ହେବେନି ଠକଙ୍କ ଶିକାର। ସରକାରୀ ଓ୍ବେବସାଇଟ www.osbc.co.in ରେ ରେଜିଷ୍ଟ୍ରେସନ କରି ମଦ କିଣିଲେ ହେବନି ସମସ୍ୟା। କାରଣ ଅବକାରୀ ବିଭାଗ ଆଣିଛି ଗ୍ରାହକଙ୍କ ପାଇଁ ସୁବିଧା ସୁଯୋଗ।
ଜାଣନ୍ତୁ, ଅନଲାଇନରେ କେମିତି ମଦ କିଣିଲେ ହେବେନି ଠକାମିର ଶିକାର - ଅନଲାଇନରେ କେମିତି କିଣିଲେ ମଦ ହେବେନି ଠକାମିର ଶିକାର
ଅନଲାଇନରେ ଏମିତି କିଣିଲେ ମଦ । କିପରି ଠକାମିର ଶିକାର ହେବେନି ସେ ବିଷୟରେ ଜାଣନ୍ତୁ...
ଅନଲାଇନରେ ଏମିତି କିଣିଲେ ମଦ
ଏହି ଓ୍ବେବସାଇଟରେ ଉପଲବ୍ଧ ହୋଇଛି ସମସ୍ତ ମଦ ରିଟେଲରଙ୍କ ନମ୍ବର ସହ ଅନଲାଇନ ଫୁଡ଼ ଯୋଗାଉଥିବା ସଂସ୍ଥା। କେବଳ ଅନଲାଇନରେ ଇନଭଏସ୍ ଜେନେରେଟ କଲାପରେ ଆପଣଙ୍କୁ ମଦ ଡେଲିଭର କରିବେ ରିଟେଲର ବା ଫୁଡ ସେବା ଯୋଗାଉଥିବା ଡେଲିଭର ବୟ । ତେବେ ଅନଲାଇନ ପେମେଣ୍ଟ। ସୁବିଧା ଖୁବଶିଘ୍ର ଉପଲବ୍ଧ ହେବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ