ଓଡିଶା

odisha

By

Published : Jan 29, 2020, 11:31 PM IST

ETV Bharat / city

ସବୁ ଜିଲ୍ଲାର ଅତିଥି ଭବନ ପୁରୀରେ ହେଉ: ବିରୋଧୀ ଦଳ ନେତା

ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟର 30ଟି ଜିଲ୍ଲାର ଅତିଥି ଭବନ ନିର୍ମାଣ ହେଉ । ଏହାଦ୍ବାରା ପୁରୀ ଆସୁଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଉପକୃତ ହେବେ । କ’ଣ ରହିଛି ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ବିରୋଧୀ ଦଳ ନେତା
ବିରୋଧୀ ଦଳ ନେତା

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଜିଲ୍ଲାର ଅତିଥି ଭବନ ପ୍ରତିଷ୍ଠା କରାଯାଉ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧ ଏକର ପରିମିତ ଜମିରେ ସମସ୍ତ ଜିଲ୍ଲାର ଅତିଥି ଭବନ ଜିଲ୍ଲା ନାମରେ ନିର୍ମାଣ ହେଉ ।

ସବୁ ଜିଲ୍ଲାର ଅତିଥି ଭବନ ପୁରୀରେ ହେଉ: ବିରୋଧୀ ଦଳ ନେତା

ବୁଧବାର ଏମିତି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ଚିଠିରେ ଦର୍ଶାଇଛନ୍ତି ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସିଥାନ୍ତି । ପୂର୍ବରୁ ସେମାନେ ଯାତ୍ରୀ ପଣ୍ଡାମାନଙ୍କ ଦ୍ବାରା ନିର୍ମିତ ଆବାସରେ ରହୁଥିଲେ ।

ନଚେତ ବିଭିନ୍ନ ଧର୍ମଶାଳାରେ କିମ୍ବା ଲଜରେ ରହୁଛନ୍ତି । ବର୍ତ୍ତମାନ ଶ୍ରୀକ୍ଷେତ୍ର ଶ୍ରୀ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରୁ ପୁରୀ ଆସୁଥିବା ଯାତ୍ରୀମାନଙ୍କ ଲାଗି ସରକାର କମ ଖର୍ଚ୍ଚରେ ରହଣି ଲାଗି ଅତିଥି ଭବନ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଦିଲ୍ଲୀ ଢାଞ୍ଚାରେ ପୁରୀରେ ମଧ୍ୟ ପ୍ରତି ଜିଲ୍ଲାର ସ୍ବତନ୍ତ୍ର ଭବନ ନିର୍ମାଣ ହେଲେ ସମ୍ପୃକ୍ତ ଜିଲ୍ଲାରୁ ପୁରୀ ଆସୁଥିବା ତୀର୍ଥଯାତ୍ରୀମାନେ କମ ଖର୍ଚ୍ଚରେ ରହିପାରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details