ଭୁବନେଶ୍ବର: ବିଧାନସଭାରେ ବାଚସ୍ପତି ବିରୋଧୀଦଳ ନେତା ଓ ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦେଉନାହାଁନ୍ତି । ଗତକାଲି ବିରୋଧୀ ଦଳଙ୍କୁ ନେତା କହିବାକୁ ସୁଯୋଗ ଦେଲେନି । ଶନିବାର ମଧ୍ୟ ବିରୋଧୀ ଦଳ ଉପନେତା ବିଧାୟକ ବିଷ୍ଣୁ ସେଠୀଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ । ପ୍ରଶ୍ନକାଳରେ ନିଜ ପ୍ରତିବାଦ ସମ୍ପର୍କରେ କହିବାକୁ ଚାହୁଁଥିଲେ ବି ବାଚସ୍ପତି ବିଷ୍ଣୁ ସେଠୀଙ୍କୁ କହିବାକୁ ଦେଲେ ନାହିଁ ।
ବିରୋଧୀ ଦଳ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ: ବିଷ୍ଣୁ ସେଠୀ - ବିଧାନସଭା
ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଜେପିର ହଲ୍ଲାବୋଲ ଜାରି। ଶନିବାର ଦଳ ପ୍ରଶ୍ନକାଳ ବର୍ଜନ କରି ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଛି । ଅଧିକ ପଢନ୍ତୁ...
![ବିରୋଧୀ ଦଳ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେବ: ବିଷ୍ଣୁ ସେଠୀ](https://etvbharatimages.akamaized.net/etvbharat/prod-images/768-512-5080365-thumbnail-3x2-hhhhhhhh.jpg)
ବିଷ୍ଣୁ ସେଠୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏହାର ପ୍ରତିବାଦରେ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି। ଆସନ୍ତାକାଲି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବା ସହ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବେ ବିରୋଧୀ ଦଳ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାଶ ଏବଂ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ