ଓଡିଶା

odisha

ETV Bharat / city

ବିଜେପି ନେତାଙ୍କ ହତ୍ୟା ଘଟଣାକୁ ଯେତେ ନିନ୍ଦା କଲେ କମ: ପ୍ରତାପ ଜେନା - ଆଇନ ମନ୍ତ୍ରୀ

ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ବିଜେପି ନେତାଙ୍କ ହତ୍ୟା ଘଟଣା
ବିଜେପି ନେତାଙ୍କ ହତ୍ୟା ଘଟଣା

By

Published : Jan 3, 2021, 1:07 PM IST

ଭୁବନେଶ୍ବର: କଟକ ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ବିଜେପି ନେତାଙ୍କ ହତ୍ୟା ଘଟଣା

କୁଳମଣି ବରାଳ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ । ତାଙ୍କ ହତ୍ୟାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବ୍ୟଶକ। ଏହି ହତ୍ୟାକାଣ୍ଡରେ ଯିଏ ପ୍ରକୃତ ଦୋଷୀ କିପରି ଗିରଫ ହେବ, ସେନେଇ ମୁଁ ନିଜେ ଦୃଷ୍ଟି ଦେବି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରତାପ ଜେନା ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଆମ ରାଜ୍ୟରେ ବିରୋଧୀ ଦଳ ଭାବେ ରହିଛି। ହେଲେ ରାଜନୀତି ବା ଜଗନ୍ନାଥ ରାଜ୍ୟରେ ହିଂସାର କୌଣସି ସ୍ଥାନ ନାହିଁ।

ଅନ୍ୟପଟେ ଏହା ଏକ ରାଜନୈତିକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁଳମଣିଙ୍କ ପରିବାର ଅଭିଯୋଗ କରୁଥିବାବେଳେ ଗତକାଲି(ଶନିବାର) ବିଳମ୍ବିତ ରାତିରେ କୁଳମଣିଙ୍କ ସହ ଥିବା ତାଙ୍କର ଜଣେ ସହଯୋଗୀଙ୍କ ମଧ୍ୟ ଚିକିତ୍ସାଦିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details