ଓଡିଶା

odisha

ETV Bharat / city

ମିଳିମିଶି କରିବା କାଳିଆ ସେବା: ଆଇନ ମନ୍ତ୍ରୀ - bhubaneswar news

ଶ୍ରୀମନ୍ଦିର ଓ ଏହାର ଆନୁସଙ୍ଗିକ ବିକାଶ ଲାଗି ସମର୍ପଣ ନିଧି ସଂଗ୍ରହ ବ୍ୟବସ୍ଥା କରାଯାଉ । ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ । ଧର୍ମେନ୍ଦ୍ର ଚିଠି ଲେଖିବାର କିଛି ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ସରକାର । ଅଧିକ ପଢନ୍ତୁ...

law minister pratap jena reaction on dharmendra pradhan
ମିଳିମିଶି କରିବା କାଳିଆ ସେବା :ଆଇନମନ୍ତ୍ରୀ

By

Published : Mar 5, 2021, 10:40 PM IST

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ଵର ସମସ୍ତ ହିନ୍ଦୁ ସମାଜର ଦେବତା । ଶ୍ରୀମନ୍ଦିର ଓ ଏହାର ଆନୁସଙ୍ଗିକ ବିକାଶ ଲାଗି ସମର୍ପଣ ନିଧି ସଂଗ୍ରହ ବ୍ୟବସ୍ଥା କରାଯାଉ । ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ । ଧର୍ମେନ୍ଦ୍ର ଚିଠି ଲେଖିବାର କିଛି ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ସରକାର । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତାପ କହିଛନ୍ତି ଯେ, ଫେବୃଆରୀ 27ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପରିକ୍ରମା ଯୋଜନା ପ୍ରସ୍ତାବ ଆଗତ କରିଥିଲେ ।

ମିଳିମିଶି କରିବା କାଳିଆ ସେବା :ଆଇନମନ୍ତ୍ରୀ

ପୁରୁଷ ପୁରୁଷ ପରେ ବହୁତ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଆମେ ସମସ୍ତେ ସାରା ଓଡ଼ିଶାବାସୀ ମିଶି କରି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଫଳ କରିବା । ପ୍ରତାପ ଆହୁରି କହିଛନ୍ତି ଯେ, ବିଧାନସଭାରେ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା ସେଥିରେ ଗୋଟେ ବିନ୍ଦୁ ଥିଲା ଯେ ପ୍ରତ୍ୟେକ ଓଡ଼ିଆ, ପ୍ରତି ଜଗନ୍ନାଥପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା । ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା ।

ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ବିଧାନସଭାରେ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆହୁରି କହିଥିଲେ ଯେ, ଓଡ଼ିଆ ସ୍ବାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରିଥିଲେ । ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡ଼ି ବାଲିରଥରେ ବିଜେ କରିଥିଲେ । ସେହି କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ କରିବା । ତାଙ୍କ ଧାମର ବିକାଶରେ ଆମେ ଅବଦାନ ଦେବା । ଏହା ଜଣେ ଓଡ଼ିଆ ଭାବରେ ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ । ସମସ୍ତେ ମିଳିମିଶି କାର୍ଯ୍ୟ କରିବା ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details