ଭୁବନେଶ୍ବର:ରାଜ୍ୟରେ କେତେ ମାମଲାର ସମାଧାନ ହୋଇଛି ଓ କେତେ ବିଚାରଧୀନ ରହିିଛି ତାହାକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଗତ ୩ ବର୍ଷରେ ହାଇକୋର୍ଟରେ 1 ଲକ୍ଷ 75 ହଜାର 976 ବିଚାରଧୀନ ରହିଛି ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କେତେଗୋଟି ମାମଲା ବିଚାରଧୀନ ଅଛି ? ବିଗତ 3 ବର୍ଷରେ କେତୋଟି ମାମଲାର ଫଇସଲା ହୋଇଛି ଓ ବକେୟା ରହିଛି । ମାମଲା ଗୁଡିକର ଆଶୁ ଫଇସଲା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି, ସେନେଇ ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରା ଲିଖିତ ପ୍ରଶ୍ନ ରଖିଥିଲେ ।