ଓଡିଶା

odisha

ETV Bharat / city

ବିଗୁଡୁଛି ସହରର ଆଇନଶୃଙ୍ଖଳା, ଆଇନକୁ ହାତକୁ ନେଉଛନ୍ତି ଲୋକେ - ଭୁବନେଶ୍ବର ଆଇନଶୃଙ୍ଖଳା

ସହରବାସୀଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଫଳ ହେବାରୁ ଆଇନକୁ ହାତକୁ ନେଉଛନ୍ତି ଲୋକେ। ତମାଣ୍ଡ ଥାନା ଅଞ୍ଚଳରେ ବାଲିଆ ପଦଡା ଗ୍ରାମର ଭରତ ସାହୁଙ୍କୁ ଲୁଟ ଉଦ୍ଦ୍ୟେଶରେ ଛୁରାମାଡ ଯୋଗୁଁ ପରିସ୍ଥିତି ଏବେ ଉଗ୍ରରୁପ ନେଉଛି । ଅଧିକ ପଢନ୍ତୁ...

ବିଗୁଡୁଛି ସହରର ଆଇନଶୃଙ୍ଖଳା, ଆଇନକୁ ହାତକୁ ନେଉଛନ୍ତି ଲୋକେ
ବିଗୁଡୁଛି ସହରର ଆଇନଶୃଙ୍ଖଳା, ଆଇନକୁ ହାତକୁ ନେଉଛନ୍ତି ଲୋକେ

By

Published : Sep 16, 2021, 7:34 AM IST

ଭୁବନେଶ୍ବର: ସହରରେ ଲଗାମଛଡା ଅପରାଧୀ। ପୋଲିସ ପ୍ରତି ନାହିଁ ଭୟ । ପୋଲିସର କୋହଳ ଆଇନଶୃଙ୍ଖଳା ପାଇ ସ୍ଥିତି ଏଵେ ଭୟଙ୍କର ରୁପ ନେଉଛି। ସହରବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମାରିବାରୁ ଆଇନକୁ ହାତକୁ ନେଉଛନ୍ତି ଲୋକେ। ତମାଣ୍ଡୋ ଥାନା ଅଞ୍ଚଳରେ ବାଲିଆ ପଦଡା ଗ୍ରାମର ଭରତ ସାହୁଙ୍କୁ ଲୁଟ ଉଦ୍ଦ୍ୟେଶରେ ଛୁରାମାଡ ଯୋଗୁଁ ପରିସ୍ଥିତି ଏବେ ଉଗ୍ରରୁପ ନେଉଛି ।

ବିଗୁଡୁଛି ସହରର ଆଇନଶୃଙ୍ଖଳା, ଆଇନକୁ ହାତକୁ ନେଉଛନ୍ତି ଲୋକେ

ସନ୍ଧ୍ୟା ସମୟରେ ଚଳପ୍ରଚଳ ସ୍ଥାନରେ ଚୁରା ମାଡ଼ ଯୋଗୁଁ ସ୍ଥାନିୟ ଲୋକେ କମିସନରେଟ ପୋଲିସର କୋହଳ ସୁରକ୍ଷା ନେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏନେଇ କିଛି ସମୟ ଧରି ତମାଣ୍ଡୋ ଥାନା ସମ୍ମୁଖରେ ଚାପା ଉତ୍ତେଜନା ଦେଖିଵାକୁ ମିଳିଥିଲା। ସେପଟେ ଛୁରା ମାଡରେ ଗୁରୁତର ଭରତ ସାହୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଛୁରା ମାଡ଼ କରିଥିବା ୨ ଜଣ ଦୁର୍ବୃତ୍ତ ଏବେବି ଫେରାର ଅଛନ୍ତି। ତେବେ ଏ ଘଟଣାକୁ ନେଇ କମିସନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details