ଓଡିଶା

odisha

ETV Bharat / city

କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ - Launch of Training and Skills Development Program

କୃଷିମନ୍ତ୍ରୀ ଡ଼ଃ ଅରୁଣ ସାହୁ ଓଡିଶା କୃଷିଶିଳ୍ପ ନିଗମ ଆନୁକୂଲ୍ୟରେ ଶିକ୍ଷିତ ଯୁବକ ମାନଙ୍କୁ କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ
କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

By

Published : Sep 21, 2021, 8:54 AM IST

ଭୁବନେଶ୍ବର: କୃଷିମନ୍ତ୍ରୀ ଡ଼ଃ ଅରୁଣ ସାହୁ ଓଡିଶା କୃଷିଶିଳ୍ପ ନିଗମ ଆନୁକୂଲ୍ୟରେ ଶିକ୍ଷିତ ଯୁବକ ମାନଙ୍କୁ କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଓଡିଶା କୃଷି ଶିଳ୍ପ ନିଗମର ନିଜସ୍ୱ ୱେବସାଇଟର ଲୋକାର୍ପଣ କରାଯାଇଛି।

କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାର ବେକାର ଯୁବକଙ୍କ ଦକ୍ଷତା ବିକାଶ ପାଇଁ ସ୍ବତନ୍ତ୍ର ଦକ୍ଷତା ବୄଦ୍ଧି ତାଲିକା କାର୍ଯ୍ୟକ୍ରମ ଆୟୋଜନ କରିଛି ଓଡ଼ିଶା କୃଷି ଶିଳ୍ପ ନିଗମ। ବିଭିନ୍ନ କୄଷି ଯନ୍ତ୍ରପାତି ମରାମତି ନେଇ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ତାଲିମ ଦିଆଯିବ। ଏହାଦ୍ବାରା ଚାଷୀକୁ ତାର ଯନ୍ତ୍ରପାତି ଖରାପ ହେଲେ ସଜାଡ଼ିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଓଡ଼ିଶା କୄଷି ଶିଳ୍ପ ନିଗମ ଜରିଆରେ ତାଲିମ ନେଇଥିବା ଯୁବକ ଯୁବତୀ ଚାଷୀ ପାଖରେ ପହଞ୍ଚି ତାହା ସଜାଡିବେ।

କୄଷି ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଏହି ତାଲିମ ଦ୍ବାରା ଦୁଇଟି ଲାଭ ହେବ। ଗୋଟିଏ ହେଉଛି ଚାଷୀଙ୍କୁ ସାହାଯ୍ୟ ଏବଂ ଅନ୍ୟଟି ନିଜେ ଦୁଇ ପଇସା ରୋଜଗାର କରିପାରିବେ। ତାଲିମର ଅବଧି ରହିଛି ୧୨ ଦିନ । ଗୋଟିଏ ବ୍ୟାଚରେ 30 ଜଣ ରହୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ବ୍ୟାଚରେ ୧୫୦ ଜଣଙ୍କୁ ତାଲିମ ନେବେ। ତାଲିମ ନେବାକୁ ଆସିଥିବା ଯୁବକ ମାନଙ୍କୁ ନିଷ୍ଠାର ସହ କାମ କରିବାକୁ କୄଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେପଟେ ଓଡିଶା କୄଷି ଶିଳ୍ପ ନିଗମର ନୂତନ ୱବସାଇଟକୁ କୄଷିମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details