ଓଡିଶା

odisha

By

Published : Mar 24, 2021, 11:00 PM IST

ETV Bharat / city

ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ପୋର୍ଟାଲର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ପକ୍ଷରୁ ଜମିଜମା ସଂପର୍କିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସୂଚନା ଆଧାରିତ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର (ଅପିନ୍) ପୋର୍ଟାଲର ଆଜି ଶୁଭାରମ୍ଭ ହୋଇଛି । ଅଧିକ ପଡନ୍ତୁ...

ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ପୋର୍ଟାଲର ଶୁଭାରମ୍ଭ, ଭୂ - ପ୍ରଶାସନରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା
ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ପୋର୍ଟାଲର ଶୁଭାରମ୍ଭ, ଭୂ - ପ୍ରଶାସନରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜମିଜମା ସଂପର୍କିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସୂଚନା ଆଧାରିତ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର (ଅପିନ୍) ପୋର୍ଟାଲର ଆଜି ଶୁଭାରମ୍ଭ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଭୂସମ୍ପଦ ସଚିବ ଅଜୟ ତିର୍କୀଙ୍କ ଉପସ୍ଥିତିରେ ଏହି ପୋର୍ଟାଲ ଆରମ୍ଭ ହୋଇଛି ।

୧୪ ସଂଖ୍ୟା ବିଶିଷ୍ଟ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ନମ୍ବର ପୋର୍ଟାଲ ମାଧ୍ୟମରେ ଜମିଜମା ସଂପର୍କିତ ସୂଚନା ମିଳିପାରିବ । ଜମି ମାଲିକଙ୍କ ସଂପର୍କରେ ସୂଚନା ମିଳିବା ସହିତ ମାଲିକାନା ସଂପର୍କିତ ସନ୍ଦେହ ଦୂର ହୋଇପାରିବ । ସରକାରୀ ଜମିର ସୁରକ୍ଷା ସହିତ ସେଗୁଡ଼ିକୁ ଚିହ୍ନଟ କରାଯାଇପାରିବ । ଜମିଜମା ସଂପୃକ୍ତ କାଗଜପତ୍ରର ଉପଯୁକ୍ତ ତଦାରଖ ନିମନ୍ତେ ଏହି ପୋର୍ଟାଲ ଏକ ସୃଷ୍ଟ , ସ୍ଵଚ୍ଛ ଓ ଫଳପ୍ରଦ ପ୍ରକ୍ରିୟା ପ୍ରଦାନ କରିବ । ଏହି ନମ୍ବର ବ୍ୟବହାର କରି ଜମିଜମାର ଖଜଣା ଆଦାୟ ବାବଦରେ ସୂଚନା ମିଳିପାରିବ । ଓଡ଼ିଶାରେ ଏହି ପୋର୍ଟାଲ ଏକ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଛି । ଦେବଗଡ଼ ଜିଲ୍ଲାର 3 ଟି ଗାଁ ବଡ଼ଖଣ୍ଡିଆ ଓ କଣ୍ଡେଇଜୋରି ଏବଂ ବରଖୋଲକୁ ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି । ବେଳେବେଳେ ଚାଷୀମାନେ ରଣ ପାଇଁ ଜମି ବନ୍ଧକ ରଖୁଥିବାବେଳେ ଏହି ପୋର୍ଟାଲରୁ ଜମି ସଂପର୍କିତ ତଥ୍ୟ ସ୍ପଷ୍ଟ ହୋଇପାରିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ଦ୍ବୀବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଲ୍ୟାଣ୍ଡ ରେକର୍ଡ ଓ ସେଟେମେଣ୍ଟ ନିର୍ଦ୍ଦେଶକ ଶାଧର ନାୟକ ସ୍ବାଗତ ଭାଷଣ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଲ୍ୟାଣ୍ଡ ରେକର୍ଡସ ବିଭାଗୀୟ ଅତିରିକ୍ତ ସଚିବ ଭୂ -ପ୍ରଶାସନରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବରେ ପ୍ରଶଂସା କରିଥିଲେ । ଡିଜିଟାଇଜେସନ୍ କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଥିବା କଥା ସେ ସୂଚନା ଦେଇଛନ୍ତି । ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପକୁ ସଂପ୍ରସାରିତ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details