ଓଡିଶା

odisha

ETV Bharat / city

ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି - ପୂର୍ବତନ ସାଂସଦ ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ପୂର୍ବତନ ସିପିଆଇ (ଏମ) ସାଂସଦ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କୁ ସିପିଆଇ(ଏମ) କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । କାର୍ଯ୍ୟାଳୟ ପରିସରରେ ପ୍ରାୟ 2 ଘଣ୍ଟା ଧରି ଶିବାଜୀଙ୍କ ମରଶରୀରକୁ ରଖା ଯାଇଥିଲା। ଅଧିକ ପଢନ୍ତୁ

ସିପିଆଇ (ଏମ) କାର୍ଯ୍ୟାଳୟରେ ପୂର୍ବତନ ସିପିଆଇ (ଏମ) କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳିସାଂସଦ ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି
ସିପିଆଇ (ଏମ) କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି

By

Published : May 24, 2022, 5:09 PM IST

ଭୁବନେଶ୍ବର: ପୂର୍ବତନ ସିପିଆଇ (ଏମ) ସାଂସଦ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କୁ ସିପିଆଇ(ଏମ) କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । କାର୍ଯ୍ୟାଳୟ ପରିସରରେ ପ୍ରାୟ 2 ଘଣ୍ଟା ଧରି ଶିବାଜୀଙ୍କ ମରଶରୀରକୁ ରଖା ଯାଇଥିଲା । ବହୁ କମ୍ୟୁନିଷ୍ଟ ନେତା ଓ କର୍ମୀ ମାନେ ଶିବାଜୀଙ୍କ ଶେଷ ଦର୍ଶନ କରିଥିଲେ । ଦଳ ମତ ନିର୍ବିଶେଷରେ କଂଗ୍ରେସ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମେୟର ସୁଲୋଚନା ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସିପିଆଇ (ଏମ) କାର୍ଯ୍ୟାଳୟରେ ପୂର୍ବତନ ସାଂସଦ ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟାଳୟ ପରିସରରେ ଶୋକସଭା ସହ ଶିବାଜୀ ପଟ୍ଟନାୟକଙ୍କ ଶ୍ରମିକ ଓ କୃଷକ ମାନଙ୍କ ପ୍ରତି ଅବଦାନକୁ ମନେ ପକାଇଥିଲେ। ଶେଷରେ ଶିବାଜୀଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ମାଧ୍ୟମରେ ଏମ୍ସକୁ ନିଆଯାଇଥିଲା । ଶିକ୍ଷା ଏବଂ ଗବେଷଣା ପାଇଁ ତାଙ୍କ ମରଶରୀରକୁ ପରିବାର ପକ୍ଷରୁ ଏମ୍ସକୁ ଦାନ କରାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details