ଓଡିଶା

odisha

ETV Bharat / city

ପୁଅ ନୁହେଁ ବାପାଙ୍କୁ ମୁଖାଗ୍ନି ଦେଲା ଝିଅ - ଖାରବେଳନଗର ଶ୍ରୀଜଗନ୍ନାଥ ବସ୍ତିରେ ଝିଅ ଦେଲା ମୁଖାଗ୍ନି

ପୁଅ ବାପା-ମାଆଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରିବାର ପ୍ରଥା ଥିବା ବେଳେ ଭୁବନେଶ୍ବରର ଜଣେ ଝିଅ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଆଉ ନିଜ ମୃତ ବାପାଙ୍କୁ ଦେଇଛନ୍ତି ମୁଖାଗ୍ନି ।

ଡିଜାଇନ ଫଟୋ

By

Published : Oct 9, 2019, 2:13 PM IST

ଭୁବନେଶ୍ବର: ଦୁଇ କୂଳର ହିତା ବୋଲି ନାଁ ତାର ଦୁହିତା । ମାତ୍ର ଆଜିକାଲି ପୁରୁଷ ପ୍ରାଧାନ୍ୟ ସମାଜରେ ଝିଅକୁ ବୋଝ ବୋଲି ଗ୍ରହଣ କରାଯାଉଛି । ପୁଅ ବାପା-ମାଆଙ୍କ ଅନ୍ତେଷ୍ଟି କ୍ରିୟା କରିବାର ପ୍ରଥା ଥିବାବେଳେ ଭୁବନେଶ୍ବରରେ ଜଣେ ଝିଅ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ଆଉ ନିଜ ମୃତ ବାପାଙ୍କୁ ଦେଇଛନ୍ତି ମୁଖାଗ୍ନି ।

ଜଣେ ଝିଅ ସମାଜ ଆଗରେ ସାଜିଛି ପୁଅ। ନିଜ ମୃତ ବାପାର ମୁହଁରେ ଦେଇଛି ମୁଖାଗ୍ନି। ଏମିତି ଘଟଣା ଘଟିଛି ରାଜଧାନୀର ୪୧ ନମ୍ବର ୱାର୍ଡର ଖାରବେଳନଗର ଶ୍ରୀଜଗନ୍ନାଥ ବସ୍ତିର। ଏଠାକାର ନାରାୟଣ ସାହୁଙ୍କ ଦେହାନ୍ତ ହୋଇଯିବା ପରେ ଚିନ୍ତାରେ ପଡିଥିଲେ ତାଙ୍କ ପରିବାର। ନାରାୟଣଙ୍କ ଦୁଇ ଝିଅ ଥିବାବେଳେ ଏହାକୁ ନେଇ ସହଯୋଗର ହାତ ବଢାଇଥିଲେ ବସ୍ତିର ସଭାପତି ଓ ସଙ୍ଗଠକ।

ଶେଷରେ ନାରାୟଣଙ୍କୁ ମୁଖାଗ୍ନି ଦେଇଥିଲେ ୨୩ ବର୍ଷର ବଡ ଝିଅ। ତେବେ ସାନ ଝିଅ ୧୩ ବର୍ଷର ହୋଇଥିବା ବେଳେ ତିନି ଜଣ ମିଶି ରାଜଧାନୀରେ ମଜୁରୀ ଲାଗି ଚଳୁଥିଲେ। ତେବେ ତାଙ୍କ ନିଜ ଘର ବାଲୁଗାଁ ବୋଲି ଜଣାପଡିଛି। ତେବେ ପୁରୁଷ ପ୍ରାଧାନ୍ୟ ସମାଜରେ ଝିଅର ମୁଖାଗ୍ନି ଦେବା ଘଟଣା ସମାଜ ପାଇଁ କନ୍ୟାରତ୍ନ ପରମ ପୁଣ୍ୟ ବାର୍ତ୍ତାକୁ ଉଜ୍ଜୀବିତ କରିଛି।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details