ଓଡିଶା

odisha

ETV Bharat / city

ମହିଳାଙ୍କ ଚାନ୍ଦୁଆ ସିଲେଇ, ତୋଷାଳି ମେଳାର ମୁଖ୍ୟ ଆକର୍ଷଣ - last day of toshali craft mela

ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳି ସରିବାକୁ ବସିଛି । ଶେଷ ଦିନରେ ଲୋକଙ୍କ ମନ ଜିଣୁଛି ମହିଳାଙ୍କ ଚାନ୍ଦୁଆ ସିଲେଇ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

toshali craft mela
ମହିଳାଙ୍କ ଚାନ୍ଦୁଆ ସିଲେଇ, ତୋଷାଳି ମେଳାର ମୁଖ୍ୟ ଆକର୍ଷଣ

By

Published : Dec 27, 2019, 10:02 PM IST

ଭୁବନେଶ୍ବର: ଜନତା ମଇଦାନରେ ଚାଲିଥିବା ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳିର ଆଜି(ଶୁକ୍ରବାର) ହେଉଛି ଶେଷ ଦିନ । ଶେଷଦିନରେ ଲାଗିଛି ଲୋକଙ୍କ ଭିଡ । ମେଳାର ମଜା ନେବା ସହ ହସ୍ତତନ୍ତ ଜିନିଷ ନେବାକୁ ଭୁଲି ନାହାନ୍ତି ରାଜଧାନୀ ବାସିନ୍ଦା ।

ମହିଳାଙ୍କ ଚାନ୍ଦୁଆ ସିଲେଇ, ତୋଷାଳି ମେଳାର ମୁଖ୍ୟ ଆକର୍ଷଣ

ତୋଷାଳି ମେଳାରେ ବିକ୍ରି ହେଉଥିବା ବିଭିନ୍ନ ହସ୍ତତନ୍ତ ସାମଗ୍ରୀରୁ ବାରି ହୋଇପଡୁଛି ମହିଳାଙ୍କ ଚାନ୍ଦୁଆ ସିଲେଇ । ମେଳା ବୁଲିବାକୁ ଆସୁଥିବେ ଲୋକେ ଘଡିଏ ଅଟକି ଚାହିଁ ରହୁଛନ୍ତି ଚାନ୍ଦୁଆକୁ । ତେବେ ଘରେ ବସି ରହୁଥିବା ମହିଳାଙ୍କୁ ଏହି ତାଲିମ ପ୍ରଦାନ କରାଯାଇ ଏଠାରେ ପ୍ରଦର୍ଶିତ କରାଯାଉଛି ।

ଯାହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଜମୁଛି । ଓଡିଶା ଚାନ୍ଦୁଆର ରାଜ୍ୟ ତଥା ଦେଶବିଦେଶରେ ଚାହିଦା ଢେର ରହିଛି । ଯାହାକୁ ଆଖି ଆଗରେ ରଖି ଚାନ୍ଦୁଆ ପ୍ରଶିକ୍ଷଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details