ଖେଳିବା ପାଇଁ ଡାକି ନେଇ 5 ବର୍ଷର ଶିଶୁକୁ ତଣ୍ଟିଚିପି ହତ୍ୟା - ରାଜଧାନୀରେ ବର୍ବର ହତ୍ଯାକାଣ୍ଡ ହତ୍ୟାକାଣ୍ଡ
17:39 June 03
ରାଜଧାନୀରେ ବର୍ବର ହତ୍ଯାକାଣ୍ଡ । ପଡୋଶୀ ଛୁଆର ତଣ୍ଟିଚିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ଯା ଉଦ୍ଯମ
ଭୁବନେଶ୍ବର: ରାଜଧାନୀରେ ବର୍ବର ହତ୍ୟାକାଣ୍ଡ । ୫ ବର୍ଷର ଶିଶୁ ତଣ୍ଟିକାଟି ହତ୍ୟାପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣକ ଖେଳିବା ପାଇଁ ପିଲାଟିକୁ ଡାକି ନେଇଥିବା ବେଳେ ତଣ୍ଟି ଚିପି ମାରିଦେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ରାଜଧାନୀ ଖଣ୍ଡଗିରି ଥାନା ଆଇଗେଣିଆ ସ୍ଥିତ କୋଳଥିଆରେ ଘଟିଛି ଏହି ଅଭାବନୀୟ ଘଟଣା । ତନୁଶ୍ରୀ ପରିମାଣିକ ନାମକ ମହିଳା ପଡୋଶୀ ଘର ୫ ବର୍ଷର ଶିଶୁପୁତ୍ର ସାଇରାମ ପାତ୍ରକୁ ଖେଳିବା ପାଇଁ ନେଇ ତଣ୍ଟିଚିପି ହତ୍ୟା କରିଛନ୍ତି । ଏହାପରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ମହିଳାକୁ ଏମସରେ ଭର୍ତି କରାଯାଇଛି । ଶିଶୁଟିର ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଇଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ